୧୦ରେ ବଂଶଧାରା ଜଳବିବାଦର ପରବର୍ତୀ ଶୁଣାଣି

ଭୁବନେଶ୍ୱର: ବଂଶଧାରା ନଦୀର ଜଳକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ଲାଗିଥିବା ବିବାଦର ଆଗାମୀ ଶୁଣାଣି ୧୦ ତାରିଖରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ବଂଶଧାରା ଜଳ ବିବାଦର ଟ୍ରିବୁନାଲ ର ରାୟ କୁ  ଚାଲେଞ୍ଜ କରି ଓଡ଼ିଶା  ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲା । ତେବେ ଆସନ୍ତା ୧୦ ତାରିଖରେ ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ହୃଷିକେଶ ରାୟଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି  କରିବେ। ଗତ ବର୍ଷ ଏପ୍ରିଲରେ ନିଜ ରାୟ ପ୍ରକାଶ କରିଥିଲେ । ଯେଉଁଥିରେ ଓଡ଼ିଶାର ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ରାଜ୍ୟ ଅଭିଯୋଗ କରିଛି । ଦୁଇଟି ପ୍ରକଳ୍ପ ନେରେଡି ଏବଂ କାଟ୍ରାଗୁଡ଼ା ପ୍ରକଳ୍ପକୁ ନେଇ ଯୁଗ୍ମ ସର୍ଭେ କରି ରିପୋର୍ଟ ଦେବକୁ ଟ୍ରିବୁନାଲ କହିଥିଲେ। ଏବେ ଜାନୁୟାରୀ ୧୦ ତାରିଖ ଦିନ ଉଭୟ ଟ୍ରିବୁନାଲ ଏବଂ ସୁପ୍ରିମକୋର୍ଟ ରେ ମମାଲର ଶୁଣାଣି ରହିଛି ।

ଉଲ୍ଲେଖଯୋଗ୍ୟ, ବଂଶଧାରା ନଦୀର ୨୬୫ କି.ମି ପାଣିକୁ ଉଭୟ ଓଡ଼ିଶା ଓ ଆନ୍ଧ୍ର ମିଳିତ ଭାବରେ ବ୍ୟବହାର କରିବାକୁ ୧୯୬୨ ମସିହାରେ ଆନ୍ତରାଜ୍ୟ ନଦୀ ଜଳ ବଂଟନ ବ୍ୟବସ୍ଥାରେ ଚୁକ୍ତି ହୋଇଥିଲା । ପରବର୍ତୀ ସମୟରେ ଆନ୍ଧ୍ର ସରକାର ଓଡ଼ିଶାକୁ କୌଣସି ସୂଚନା ନ ଦେଇ ନେରେଡ଼ି ପ୍ରକଳ୍ପ ଆରମ୍ଭ କରିଥଲେ । ଏହାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ବଂଶଧାରା ବିବାଦର ସମାଧାନ ପାଇଁ ୨୦୧୨ରେ ଗଠିତ ହୋଇଥିଲା ବଂଶଧାରା ଟ୍ରିବ୍ୟୁନାଲ । ୨୦୧୩ ଡିସେମ୍ବର ୧୭ରେ ସୁପ୍ରିମକୋର୍ଟ ବଂଶଧାରା ଟ୍ରିବ୍ୟୁନାଲ ଅନ୍ତରୀଣ ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ । ୨୦୧୭ ସେପ୍ଟମ୍ବର ୧୩ରେ ବଂଶଧାରା ଉପରେ ନେରେଡ଼ି ଓ କାଟ୍ରାଗୁଡ଼ା ପ୍ରକଳ୍ପ ନିର୍ମାଣ କରିବାକୁ ଟ୍ରିବ୍ୟୁନାଲ ଆନ୍ଧ୍ରକୁ ଅନୁମତି ପ୍ରଦାନ କରିଥିଲେ । ଯାହାକୁ ନେଇ କେନ୍ଦ୍ର ଓ ଓଡ଼ିଶା ସରକାର ଆପତି ଉଠାଇ ପୁନଃ ଶୁଣାଣୀ ପାଇଁ ଆବେଦନ କରିଥିଲେ ।