ପ୍ରେମ ସପ୍ତାହ ଆରମ୍ଭ : ଫେବୃୟାରୀ ୭ରୁ୧୪ ପ୍ରେମୀ ଯୁଗଳଙ୍କ ଦିନ


ଭୁବନେଶ୍ୱର : ଆରମ୍ଭ ହୋଇଛି ପ୍ରେମୀ ଯୁଗଳଙ୍କ ପାଇଁ ବହୁ ପ୍ରତୀକ୍ଷିତ ସପ୍ତାହ ଭାଲେଣ୍ଟାଇନ ୟୁଇକ୍ । ଫେବୃଆରୀ ୭ରୁ ୧୪ ୭ ଦିନ ପ୍ରେମିକ- ପ୍ରେମୀକାଙ୍କ ପାଇଁ ବହୁ ଅପେକ୍ଷିତ ସପ୍ତାହ । ଫେବୃଆରୀ ୧୪ ହେୁଛି ଭାଲେଣ୍ଟା> ଡେ । ପ୍ରେମୀ ଦିବ । ହେଲେ ଏହାର ୬ ଦିନ ଆଗରି ଅଅବଗଣଣା ଆରମ୍ଭ ହୁଏ । ସପ୍ତାହ ଧରି ଗୋଟିଏ ପରେ ଗୋଟିଏ ଦି ପାଳିବା ପରେ ଏକାଠି ହୁଅନ୍ତି ଦୁଇ ପ୍ରେମୀ ।
ପ୍ରେମ କେବେ ସମୟ କିମ୍ବା ତାରିଖ ଦେଖି ହୋଇ ନ ଥାଏ। କିଛି ନ କହି ମଧ୍ୟ ପ୍ରେମକୁ ପ୍ରକାଶ କରାଯାଇପାରେ। ପ୍ରେମ ତ୍ୟାଗ, ବିଶ୍ୱାସର ଏପରି ଏକ ବନ୍ଧନ ଯାହାକି କେବଳ ଅନୁଭବ କରି ହେବ। ଏହି ପ୍ରେମକୁ ପାଳନ କରିବା ପାଇଁ ଗୋଟିଏ ଦିନ ଧାର‌୍ୟ୍ୟ କରାଯାଇଛି। ଯାହାକୁ ଭ୍ୟାଲେନ୍‌ଟାଇନ୍ସ ଦିବସ କୁହାଯାଏ। ଦିଓ୍ବାଲି, ରାକ୍ଷୀ ଏବଂ କ୍ରୀଷ୍ଟମାସ ପରି ପ୍ରେମ ଦିବସକୁ ମଧ୍ୟ ପାଳନ କରାଯାଏ। ଏହାକୁ ଗୋଟିଏ ସପ୍ତାହ ପାଳନ କରାଯାଏ। ଫେବୃଆରୀ ୭ରୁ ୧୪ ପର‌୍ୟ୍ୟନ୍ତ ପାଳିତ ହେଉଥିବା ପ୍ରତି ଦିବସକୁ ଏକ ସ୍ବତନ୍ତ୍ର ନାମ ଦିଆଯାଇଛି।

ଫେବୃଆରୀ ୭- ରୋଡ୍‌ ଡେ’:

ପ୍ରେମ ସପ୍ତାହ ଗୋଲାପ ଦେବା-ନେବାରୁ ଆରମ୍ଭ ହୋଇଥାଏ। ଏହି ଦିନ ପ୍ରେମିକାପ୍ରେମିକ ପରସ୍ପରକୁ ଗୋଲାପ ଫୁଲ ଉପହାର ରୂପେ ଦେଇଥାନ୍ତି। ଗୋଲାପ ଫୁଲର ପ୍ରତି ରଙ୍ଗର ଅର୍ଥ ଭିନ୍ନ ଥାଏ। ଧଳା ଗୋଲାପ ଦେବା ଅର୍ଥ କ୍ଷମା ପ୍ରାର୍ଥନା ହୋଇଥିବା ବେଳେ ହଳଦିଆ ଗୋଲାପ ବନ୍ଧୁତ୍ୱର ବାର୍ତ୍ତା ଦେଇଥାଏ। ଗୋଲାପି ରଙ୍ଗର ଗୋଲାପ ଜଣେ ଅନ୍ୟ ଜଣଙ୍କୁ ପସନ୍ଦ କରିବାକୁ ବୁଝାଉଥିବା ବେଳେ ସବୁଠାରୁ ଶକ୍ତିଶାଳୀ ଗୋଲାପ ହେଉଛି ଲାଲ ଗୋଲାପ। ଏହାକୁ ଦେବା ଅର୍ଥ ଜଣେ ଅନ୍ୟ ଜଣକୁ ଆଇ ଲଭ୍‌ ୟୁ କହିବା।

ଫେବୃୟାରୀ ୮-ପ୍ରପୋଜ ଡେ’:

ପ୍ରେମ ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ କୁହାଯାଏ। ଏହି ଦିନ ଯିଏ ଯାହାକୁ ଭଲ ପାଉଥାଏ ତାକୁ ପ୍ରେମ ନିବେଦନ କରିଥାଏ।

ଫେବୃୟାରୀ ୯-ଚକୋଲେଟ ଡେ:

ଫେବୃଆରୀ ୯କୁ ଚକୋଲେଟ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ପ୍ରେମିକା, ପ୍ରେମିକ ପରସ୍ପରକୁ ଚକୋଲେଟ ଦେଇଥାନ୍ତି।

ଫେବୃୟାରୀ ୧୦-ଟେଡି ଡେ’:

ପ୍ରେମ ସପ୍ତାହର ଚତୁର୍ଥ ଦିନକୁ ଟେଡି ଦିବସ ଭାବେ ପାଳନ କରାଯାଏ। ପ୍ରେମିକା, ପ୍ରେମିକ ପରସ୍ପରକୁ ଟେଡି ବିୟର ଉପହାର ରୂପେ ଦେଇଥାନ୍ତି।

ଫେବୃୟାରୀ ୧୧-ପ୍ରୋମିସ ଡେ’

ଫେବୃଆରୀ ୧୧ ପ୍ରମିସ ଦିବସ। ଏହି ଦିନ ପ୍ରେମିକା ପ୍ରେମିକ ପରସ୍ପର ସହିତ ସବୁବେଳେ, ସବୁ ସମୟରେ ଏକତ୍ର ରହିବା ପାଇଁ କଥା ଦେଇଥାନ୍ତି।

ଫେବୃୟାରୀ ୧୨-କିସ୍‌ ଡେ’:

କିସ୍‌ ଦିବସ। ଏହି ଦିନ ପ୍ରେମୀ ଯୁଗଳ ପରସ୍ପର ସହିତ ଅଧିକ ସମୟ ବିତାଇଥାନ୍ତି।

ଫେବୃୟାରୀ ୧୩-ହଗ୍‌ ଡେ’:

ଫେବୃଆରୀ ୧୩କୁ ହଗ୍‌ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ପ୍ରେମୀଯୁଗଳ ପରସ୍ପର ସହିତ ସମୟ ବିତାଇବା ସହ ପରସ୍ପରକୁ ଆଲିଙ୍ଗନ କରି ସବୁଦିନ ଏକାଠି ରହିବାର ପ୍ରତିଜ୍ଞା କରନ୍ତି।

ଫେବୃୟାରୀ ୧୪-ଭାଲେନ୍‌ଟାଇନ୍‌ ଡେ’:

ପ୍ରେମ ସପ୍ତାହର ଶେଷ ଦିନକୁ ପ୍ରେମ ଦିବସ ବା ଭାଲେନ୍‌ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ଏହି ଦିନ ପ୍ରେମିଯୁଗଳ ପୁରା ଦିନ ଏକତ୍ର ବିତାଇଥାନ୍ତି।