ଭାଲେଂଟାଇନ୍ ଉଇକ୍ (ସପ୍ତାହ) ସ୍ପେଶାଲ…..

ଦୁନିଆରେ ପ୍ରେମ ଏଭଳି ଏକ ବନ୍ଧନ, ଯାହା ନାହିଁ ତ ଦୁନିଆରେ କିଛି ବି ନାହିଁ । କହିବାର ଅର୍ଥ ହେଉଛି ପ୍ରେମ ଜୀବନରେ ଆଣିଥାଏ ଏକ ସୁନ୍ଦର ମୁହୁର୍ତ, ଅନୁଭୂତି । ଯାହା ସବୁବେଳେ ମନେ ରହିଥାଏ । ପ୍ରେମ ଯେ କୌଣସି ସମୟ, ମୁହୁର୍ତ ଏବଂ ବୟସ କିଛି ଦେଖି ନ ଥାଏ । ଏହା ଆପେ ଆପେ ହୋଇଯାଏ । ପ୍ରେମକୁ ଗଣିବା କିମ୍ବା ମାପିବା ଅସମ୍ଭବ । ତେବେ ଏଭଳି ଏକ ସୁନ୍ଦର ବନ୍ଧନକୁ ସମସ୍ତେ ନିଜ ଜୀବନରେ ଖୋଜିଥାନ୍ତି । ତେବେ ଏହି ବନ୍ଧନକୁ ଯୋଡି ରଖିବାକୁ ହେଲେ ତା’ ପାଇଁ କିଛି ସମୟ ବି ଦେବା ଦରକାର । ମାତ୍ର ବର୍ତମାନ ବ୍ୟସ୍ତ ବହୁଳ ଜୀବନରେ ଏଥିପାଇଁ ସମୟ ମିଳି ନ ଥାଏ । ଯେଉଁଭଳି ଆମେ ହୋଲି, ଦୀପାବଳି ପାଳନ କରୁଛେ, ସେଭଳି ପ୍ରେମକୁ ନିଜ ଭିତରେ ସାଇତି ରଖିବା ପାଇଁ ଏଥିପାଇଁ ଏକ ଦିବସ ରଖାଯାଇଛି । ଯାହା ଭାଲେଂଟାଇନ୍ ଡେ’ ଭାବେ ଆମେ ପାଳୁଛୁ।

ଏହି ଭାଲେଂଟାଇନ୍ ଡେ’ ପୂର୍ବରୁ ଯୁବକ ଯୁବତୀମାନେ ଭାଲେଂଟାଇନ୍ ଉଇକ୍ (ସପ୍ତାହ) ମଧ୍ୟ ପାଳିଥାନ୍ତି । ଯାହା ଫେବୃଆରି ୭ ତାରିଖରୁ ଆରମ୍ଭ ହୋଇଯାଇଥାଏ । ଯାହା ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ତେବେ କେଉଁ ଦିନ କେଉଁ ଡେ’ ପାଳନ କରାଯାଏ ଓ କାହିଁକି; ଆସନ୍ତୁ ଜାଣିବା ସେ ବିଷୟରେ କିଛି……

ଫେବୃଆରି ୭(ରୋଜ୍ ଡେ’):
ଫେବୃଆରି ୭କୁ ରୋଜ୍ ଡେ’ କହନ୍ତି । ଏହି ଦିନ ଯେ ଯାହାକୁ ଭଲ ପାଉଥିବ , ସେ ତାକୁ ଉପହାର ସ୍ୱରୂପ ଏକ ଗୋଲାପ ଦେଇଥାଏ । ତେବେ ଗୋଲାପ ରଙ୍ଗ ଅନୁସାରେ ତାହାର କିଛି ଅର୍ଥ ମଧ୍ୟ ରହିଛି । ଯେପରିକି….
ଧଳା ଗୋଲାପ ର ଅର୍ଥ ହେଉଛି “ଆଇ ଆମ୍ ସରି”
ହଳଦିଆ ଗୋଲାପ ର ଅର୍ଥ ହେଉଛି “ୟୁ ଆର ମାଇଁ ବେଷ୍ଟ ଫ୍ରେଣ୍ଡ”
ପିଙ୍କ ଗୋଲାପର ଅର୍ଥ ହେଉଛି “ଆଇ ଲାଇକ୍ ୟୁ”
ଲାଲ ଗୋଲାପର ଅର୍ଥ ହେଉଛି “ଆଇ ଲଭ୍ ୟୁ”

ଫେବୃଆରି ୮(ପ୍ରପୋଜ୍ ଡେ’):
ଏହି ଦିନ ଯେ ଯାହାକୁ ହୃଦୟର ସହ ଭଲ ପାଇଥାଏ, ସେ ତାକୁ ପ୍ରପୋଜ୍ କରିଥାଏ । ତେବେ ପ୍ରପୋଜ୍ କରିବାର ଭିନ୍ନ ଭିନ୍ନ ଟେକନିକ୍ ମଧ୍ୟ ରହିଛି । ଯେ ଯାହା ପାଇଁ ଯେଉଁଭଳି ଭାବନା ରଖିଥାଏ ସେ ତାକୁ ସେଭଳି ପ୍ରପୋଜ୍ କରିଥାଏ ।

ଫେବୃଆରି୯(ଚକୋଲେଟ୍ ଡେ’):
ଚକୋଲେଟ୍ ଡେ’ ରେ ଯିଏ ଯାହାକୁ ଭଲ ପାଏ, ସେ ତାକୁ ଚକୋଲେଟ୍ ଉପହାର ଦିଏ । କୁହାଯାଏ, ମିଠା ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ।

ଫେବୃଆରି ୧୦(ଟେଡି ବିୟର ଡେ’):
ଟେଡି ବିୟର ଡେ’ରେ ଯାହାକୁ ଯିଏ ଭଲ ପାଏ, ତାକୁ ଗିପ୍ଟ ଦେଇଥାନ୍ତି । ଗିପ୍ଟରେ ଟେଡି ବିୟର ମଧ୍ୟ ଉପହାର ଦେଇଥାନ୍ତି ।

ଫେବୃଆରି ୧୧(ପ୍ରୋମିଜ୍ ଡେ’):
ଏହି ଦିନ ପ୍ରେମୀଯୁଗଳ ଦୁଇ ଜଣ ଦୁଇ ଜଣଙ୍କୁ ଜୀବନ ସାରା ପାଇଁ ଏକାଠି ରହିବା ପ୍ରତିଜ୍ଞା କରିଥାନ୍ତି । ଏହି ଦିନ ଯାହା ପ୍ରତିଜ୍ଞା କରିଥାନ୍ତି, ତାହା ଆଗାମୀ ଦିନରେ ପୂରଣ କରିବେ ବୋଲି ମଧ୍ୟ କଥା ଦେଇଥାନ୍ତି ।

ଫେବୃଆରି ୧୨(କିସ୍ ଡେ’):
ଏହି ଦିନ ଯିଏ ଯାହାକୁ ଭଲ ପାଇଥାଏ, ତାଙ୍କ ସହ କିଛି ସମୟ କଟାଇଥାନ୍ତି । ଏହାସହ ପୁରୁଣା ଦିନର ସୁନ୍ଦର ମୁହୁର୍ତକୁ ମନେ ପକାଇ ଦୁଇ ଜଣ ଏକାଠି ହୋଇଯାଆନ୍ତି ।

ଫେବୃଆରି୧୩(ହଗ୍ ଡେ’):
ଏହି ଦିନ ପ୍ରେମୀଯୁଗଳ ଏକାଠି ସମୟ କଟାଇବା ସହ ନିଜ ଭାବନାକୁ ପ୍ରକାଶ କରିଥାନ୍ତି । ଦୁଇ ଜଣ ଦୁଇ ଜଣଙ୍କୁ ଖୁସିରେ କୋଳାଗତ କରିଥାନ୍ତି । ସବୁବେଳେ ଏକାଠି ରହିବାର ମନ ଭିତରେ ଭାବନା ରଖିଥାନ୍ତି ।

ଫେବୃଆରି ୧୪(ଭାଲେଂଟାଇନ୍ ଡେ’):
ଏହାକୁ ଭାଲେଂଟାଇନ୍ ଡେ’ କହନ୍ତି । ଯେଉଁଦିନ ପ୍ରେମୀଯୁଗଳ ଏକାଠି ରହି ପୂରାଦିନ ସମୟ କାଟିଥାନ୍ତି । ଏହାସହ ଭିନ୍ନ ିଭନ୍ନ ଉପହାର ମଧ୍ୟ ଦେଇଥାନ୍ତି ।