ବୈଷ୍ଣୋ ଦେବୀ ପୀଠରେ ହାଇ ଆଲର୍ଟ

ଜମ୍ମୁ: ଦେଶର ଅନ୍ୟତମ ପ୍ରମୁଖ ଓ ପ୍ରସିଦ୍ଧ ଧର୍ମପୀଠ ମାତା ବୈଷ୍ଣୋ ଦେବୀରେ ଆଜି ଜମ୍ମୁ- କଶ୍ମୀର ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି।

ରିପୋର୍ଟରୁ ପ୍ରକାଶ, ମାତା ବୈଷ୍ଣୋ ଦେବୀ ପୀଠ ନକଟସ୍ଥ କଟ୍‌ରା ରେଳ ଷ୍ଟେସନରେ ଆଜି ପ୍ରତ୍ୟୁଷରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଠାବ କରାଯିବା ପରେ ସମଗ୍ର କର୍ତ୍ତା ସମେତ ବୈଷ୍ଣୋ ଦେବୀ ପୀଠରେ ଜମ୍ମୁ- କଶ୍ମୀର ପ୍ରଶାସନ ହାଇ ଆଲର୍ଟ ଜାରି କରିଛି। ଏଥିସହ ଠାବ କରା ଯାଇଥିବା ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ଏଥିସହ, ମାତା ବୈଷ୍ଣୋ ଦେବୀ ପୀଠରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରି ଦିଆଯିବା ସହ ପୀଠକୁ ଯାଇଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯାଇ ସମସ୍ତ ଯାତ୍ରୀଙ୍କ ତନ୍ନତନ୍‌ କରି ଯାଞ୍ଚ କରାଯାଉଛି। ଏଥିସହ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳରେ ପାଟ୍ରୋଲିଂକୁ ବଢ଼ାଇ ଦିଆଯିବା ଆକାଶ ମାର୍ଗରୁ ମଧ୍ୟ ପୀଠ ଉପରେ ନଜର ରଖିଛି ସୁରକ୍ଷା ବାହିନୀ। ଉଲ୍ଲେଖଯୋଗ୍ୟ, ମାତା ବୈଷ୍ଣୋ ଦେବୀ ପୀଠକୁ ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତ ଆସିଥାନ୍ତି। ତେଣୁ, ଆତଙ୍କବାଦୀ ହାମ୍‌ଲା ପାଇଁ ଆତଙ୍କବାଦୀମାନେ ଏହାକୁ ନିଜର ଟାର୍ଗେଟ କରିପାରନ୍ତି ବୋଲି ସନ୍ଦେହ କରୁଛି ସୁରକ୍ଷା ବାହିନୀ।