ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କୁ ଏକ ଝଟକା ଲାଗିଛି । କାରଣ ତାଙ୍କ ବିରୋଧରେ ଥିବା ମହାଭିଯୋଗ ପ୍ରସ୍ତାବ ହାଉସ୍ ଅଫ୍ ରିପ୍ରେଜେଂଟିଭ୍ ରେ ପାସ୍ ହୋଇଛି ।
ରିପୋର୍ଟ ଅନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାର ଦୁରୁପୋଯୋଗ ପାଇଁ ମହାଭିଯୋଗ ପ୍ରସ୍ତାବ ଆମେରିକୀୟ ଗୃହରେ ପାସ ହୋଇଯାଇଛି । ଗୃହରେ ୧୯୭ ତୁଳନାରେ ୨୩୦ ଭୋଟରେ ଏହା ପାସ ହୋଇଛି । ଏବେ ଡୋନାଲ୍ଡ ଟ୍ରମ୍ପ (୭୩) ଆସନ୍ତା ମାସ ସିନେଟରେ ଶୁଣାଣୀର ସମ୍ମୁଖୀନ ହୋଇପାରନ୍ତି ।
ଆମେରିକାର ହାଉସ ଅଫ ଜୁଡିସିଆଲ ଟୁଇଟ କରି କହିଛି ଯେ, ହାଉସ ଅଫ ରିପ୍ରେଜେଣ୍ଟିଭ ସଂଯୁକ୍ତ ରାଜ୍ୟ ଆମେରିକାର ୪୫ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମହାଭିଯୋଗ ପ୍ରସ୍ତାବ ପକ୍ଷରେ ଭୋଟିଂ କରିଛି । ସୂଚନାଯୋଗ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କ୍ଷମତାର ଦୂରୁପଯୋଗ ମାମଲା ଆସିଛି । ସଂସଦର ନିମ୍ନ ଗୃହ ହାଉସ ଅଫ ରିପ୍ରେଜେଂଟିଭରେ ବୁଧବାର ୧୦ ଘଣ୍ଟା ଯାଏଁ ବିତର୍କ ହୋଇଛି ।