ଔଷଧ ବାହାର କରି ଅଡୁଆରେ ବାବା ରାମଦେବ

ଡେରାଡୁନ୍: ବାବା ରାମଦେବ କରୋନାର ଚିକିତ୍ସା ପାଇଁ ‘କରୋନିଲ୍’ ଔଷଧ ବାହାର କରିବା ଘଟଣାରେ ଅସୁବିଧାରେ ପଡିଛନ୍ତି । ଷ୍ଟେଟ୍ ଡ୍ରଗ୍ସ କନଟ୍ରୋଲୋର ରାମଦେବଙ୍କ ପତଞ୍ଜଳି ଯୋଗ ପୀଠର ଦିବ୍ୟ ଫାର୍ମାସୀକୁ ନୋଟିସ୍ ଜାରି କରିଦେଇଛନ୍ତି । ଉତ୍ତରାଖଣ୍ଡର ଆର‌୍ୟୁବେଦ ବିଭାଗ ନୋଟିସ୍ ଜାରି କରି ପଚାରିଛି ଔଷଧ ଲଞ୍ଚ କରିବାର ପରମିଶନ୍ କେଉଁଠୁ ମିଳିଲା ? ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପତଞ୍ଜଳି ଥଣ୍ଡା, କାଶ ଏବଂ ଜ୍ୱର ପାଇଁ ଔଷଧ ତିଆରି କରିବା ​କରିବାକୁ ଅନୁମତି ମିଳିଥିଲା, କିନ୍ତୁ କରୋନା ପାଇଁ ଦିଆଯାଇନଥିଲା । ଫାର୍ମସୀ ଏଥି​‌ରେ ମଧ୍ୟ ଡ୍ରଗ୍ ଆଣ୍ଡ ମ୍ୟାଜିକ୍ ଆକ୍ଟ -୧୯୫୪ର ର ଉଲଂଘନ ବୋଲି କୁହାଯାଉଛି ।

କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଷ୍ଟେଟ୍ ଡ୍ରଗ୍ କନଟ୍ରୋଲୋର ଯତେନ୍ଦ୍ର ସିଂ ରାଓ୍ବତ କହିଛନ୍ତି, ଯଦି ଫାର୍ମାସୀ ନୋଟିସର ସନ୍ତୋଜନକ ଉତ୍ତର ନମିଳେ ତେବେ ବିଭାଗ ଦ୍ୱାରା ଜାରି କରାଯାଇଥିବା ଲାଇସେନ୍ସ ରଦ୍ଦ ହୋଇପାରେ ନଚେତ ତାକୁ ଇମ୍ୟୁନିଷ୍ଟି ବୁଷ୍ଟର ଔଷଧ ବୋଲି ଜାରି କରାଯିବ ।