ନାଗରିକତା ସଂଶୋଧନ ଆଇନ୍ କୁ ଉତରପ୍ରଦେଶରେ ବିରୋଧ: ୬ ଜିଲ୍ଲାରେ ୧୪୪ ଧାରା ଲାଗୁ

ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନ କୁ ନେଇ ଦେଶବ୍ୟାପି ବିରୋଧ କରୁଥିବାବେଳେ ଉତରପ୍ରଦେଶରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏ ନେଇ ଉତରପ୍ରଦେଶର ୬ଟି ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି । ଅନ୍ୟପଟେ ଏଭଳି ସ୍ଥିତିରେ ଶାନ୍ତି ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଙ୍କ ନିକଟରେ ଅପିଲ କରିଛନ୍ତି ।

ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ,ଶାନ୍ତି ପାଇଁ ନାଗରିକତା ସଂଶୋଧନ ଆଇନକୁ  ନେଇ କିଛି ଅସାମାଜିକ ଲୋକ ଭୁଲ ବାର୍ତା ଦେଉଛନ୍ତି । ତେଣୁ ଲୋକେ ଏସବୁ କଥାକୁ ଗ୍ରହଣ ନ କରନ୍ତୁ । ରାଜ୍ୟ ସରକାର ପ୍ରତି ନାଗରିକଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଉଛି । ଏଥି ପାଇଁ ଆବଶ୍ୟକ ଯେ, ସମସ୍ତ ନାଗରିକଙ୍କ ଦ୍ୱାରା ଆଇନ ପାଳନ କରାଯାଉ । ରାଜ୍ୟର ପରିସ୍ଥିତିକୁ ବିଶୃଙ୍ଖଳିତ କରିବା ପାଇଁ କାହାରିକୁ ସୁଯୋଗ ଦିଆଯିବ ନାହିଁ ।

ପୂର୍ବରୁ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ଆସନ୍ତା ଜାନୁଆରୀ ୫ ଯାଏଁ ଛୁଟି ଘୋଷଣା କରାଯାଇଛି । ଏ ନେଇ ବିଶ୍ୱବିଦ୍ୟାଳୟର କୁଳସଚିବ ଅବଦୁଲ ହମୀଦ ଗଣମାଧ୍ୟମକୁ କହିଛନ୍ତି ଯେ, ଆଗାମୀ ଜାନୁଆରୀ ୫ ଯାଏଁ ବିଶ୍ୱବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି ।