କମଲେଶ ତିୱାରୀଙ୍କ ହତ୍ୟା ମାମଲା: ୧୩ ଅଭିଯୁକ୍ତଙ୍କ ନାଁରେ ପୋଲିସ ଦାଖଳ କଲା ଚାର୍ଜସିଟ୍

ଲକ୍ଷେ୍ନø: ହିନ୍ଦୁ ସମାଜବାଦୀ ପାର୍ଟି ନେତା କମଲେଶ ତିୱାରୀଙ୍କ ହତ୍ୟା ମାମଲାକୁ ନେଇ ଉତରପ୍ରଦେଶ ପୋଲିସ ୧୩ଜଣ ଅଭିଯୁକ୍ତଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି । ଅକ୍ଟୋବର ୧୮ ତାରିଖରେ କମଲେଶଙ୍କୁ ଲକ୍ଷେ୍ନøର ନାକା ଅଂଚଳରେ ଗୁଳି କରାଯାଇଥିଲା। ସେ ଗୁରୁତର ଭାବେ ଆହତ ହେବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଥିଲା। ହସ୍ପିଟାଲ୍‌ରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

କମଲେଶ ତିୱାରୀ ହତ୍ୟା ମାମଲାରେ ସଂପୃକ୍ତ ଥିବା ୧୩ ଜଣଙ୍କ ମଧ୍ୟରୁ ଅସରଫ୍ ଏବଂ ‌ମୌଇନୁଦ୍ଦିନଙ୍କ ନାମରେ ହତ୍ୟା ଅଭିଯୋଗ ରହିଛି।

କମଲେଶ ତିୱାରୀଙ୍କ ମୃତ୍ୟୁ ପରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥ ତାଙ୍କ ପରିବାର ଲୋକଙ୍କୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ନିକଟ ଅତୀତରେ କମଲେଶଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଯୋଗୀ ତାଙ୍କ ସରକାରୀ ବାସଭବନରେ କମଲେଶଙ୍କ ମାଆ, ପତ୍ନୀ ଏବଂ ତିନି ପୁଅଙ୍କ ସହିତ ୩୦ ମିନିଟ୍ ଧରି ଆଲୋଚନା କରି ସେମାନଙ୍କୁ ଶାନ୍ତ୍ୱନା ଦେଇଥିଲେ।

ବୈଠକ ପରେ କମଲେଶଙ୍କ ପତ୍ନୀ କିରନ୍ ତିୱାରୀ କହିଥିଲେ କି ତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ପରିବାର ପକ୍ଷରୁ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି ହୋଇଥିଲା। ଦୋଷୀମାନଙ୍କୁ ଦଣ୍ଡିତ କରାଯିବା ନେଇ ଯୋଗୀ ପ୍ରତିଶ୍ରୁତି ଦେଇଥିଲେ ବୋଲି କିରନ୍ ଗଣମାଧ୍ୟମରେ ମତ ରଖିଥିଲେ।