ଧାରଣାରୁ ଓହରିଲେ ଦିଲ୍ଲୀ ବର୍ଡରରେ ବସିଥିବା କୃଷକ

ନୂଆଦିଲ୍ଲୀ:କୃଷକ ଏବଂ ଶ୍ରମିକଙ୍କର ସମସ୍ୟା ଉପରେ ଆଧାରିତ ୧୫ ଦଫା ଦାବୀ ନେଇ କୃଷକମାନେ ସହାରନାପୁରରୁ ଦିଲ୍ଲୀ ପଦଯାତ୍ରା କରି ଆସିଥିଲେ। ତେବେ ସରକାର ତାଙ୍କର ୧୫ଟି ଦାବୀରୁ ୫ଟି ଦାବୀ ପୂରଣ କରିଛନ୍ତି। ଏହାପରେ କୃଷକମାନେ ଆନ୍ଦୋଳନ ଭଙ୍ଗ କରିଛନ୍ତି। 

ଦିଲ୍ଲୀ ଆସିଥିବା କୃଷକଙ୍କ ୧୧ସଦସୀୟ ପ୍ରତିନିଧୀମଣ୍ଡଳ କୃଷି ଭବନରେ ଯାଇ କୃଷି ମନ୍ତ୍ରାଳୟର ଅଧିକାରୀଙ୍କ ସହ ସାକ୍ଷାତ କରି ଦାବୀ ଶୁଣାଇଥିଲେ। ଯାହା ଫଳରେ ସେମାନଙ୍କର ୧୫ଟି ଦାବୀରୁ ୫ଟି ଦାବୀ ସରକାର ମାନିଛନ୍ତି। ଏହାପରେ ସେମାନେ ଆନ୍ଦୋଳନ ଭଙ୍ଗ କରିବାକୁ ଘୋଷଣା କରିଥିଲେ। 

ଆଜି ସକାଳେ ସହାରନାପୁରରୁ ଆସିଥିବା ଆକ୍ରୋଶ କୃଷକମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବା ପୂର୍ବରୁ ବର୍ଡରରେ ଅଟକାଇ ଦିଆଯାଇଥିଲା। ଯାହା ଫଳରେ ସେମାନେ ଦିଲ୍ଲୀ ବର୍ଡର ନିକଟରେ ଧାରଣାରେ ବସିଥିଲେ। ସେମାନେ ଦାବୀ କରିଥିଲେ କି, ସରକାର ସେମାନଙ୍କ ସହ କଥା ହୁଅନ୍ତୁ ନହେଲେ ସେମାନଙ୍କୁ ଦିଲ୍ଲୀ କୃଷକ ଘାଟ ଯିବାକୁ ଦିଅନ୍ତୁ। ଏହାପରେ ଧାରଣାରେ ବସିଥିବା କୃଷକଙ୍କ ୧୧ସଦସୀୟ ପ୍ରତିନିଧୀମଣ୍ଡଳଙ୍କୁ ଦିଲ୍ଲୀ ପୁଲିସ ଗାଡି ମାଧ୍ୟମରେ କୃଷି ମନ୍ତ୍ରାଳୟ ନିଆଯାଇଥିଲା। ସେଠାରେ ସେମାନେ ନିଜର ଦାବୀ ଉପସ୍ଥାପନା କରିଥିଲେ।