ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀଠାରେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କ ଦେହାନ୍ତ ଘଟିଛି ।
ଯୋଗୀ ଆଦିତ୍ୟନାଥଙ୍କ ୮୯ ବର୍ଷିୟ ପିତା ଆନନ୍ଦ ସିଂହ ବିସ୍ତ୍ ଦିଲ୍ଲୀର ‘ଏମ୍ସ୍’ରେ ଚିକିତ୍ସାଧୀନ ଥିଲେ। ସୋମବାର ସକାଳ ୧୦: ୪୪ ମିନିଟ୍ରେ ତାଙ୍କର ମୃତ୍ୟୁ ଘଟିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।
ଉତର ପ୍ରଦେଶ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅବନୀଶ କେ ଅବସ୍ତି କହିଛନ୍ତି ଯେ ସକାଳ ୧୦: ୪୪ ମିନିଟ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତାଙ୍କର ସ୍ୱର୍ଗବାସ ହୋଇଛି। ଆମେ ଗଭୀରତମ ଶୋକବ୍ୟକ୍ତ କରୁଛୁ।