୨୯ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୯ରୁ ହେବାକୁ ଯାଉଛି ଉତ୍କଳ ବିଶ୍ୱବିଦ୍ୟାଳୟର ଅଧିନରେ ଥିବା ସମସ୍ତ କଲେଜଗୁଡିକରେ ଯୁକ୍ତ ୩ ପରୀକ୍ଷା । ଏଥରେ ୨୦୧୭ ଏବଂ ୧୬ରେ ରେଗୁଲାର ଏବଂ ଯେଉଁ ଛାତ୍ରଛାତ୍ରୀମାନଙ୍କର ବ୍ୟାକ ଥିବ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଏଥିରେ ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନର ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ । ତେବେ ପରୀକ୍ଷା ସେପ୍ଟେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୩ ତାରିଖରେ ସରିବ ବୋଲି ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଡ. ଶରତ ଚନ୍ଦ୍ର ମାଝୀ । ତେବେ ଓଏମଆର ସିଟରେ ଲିଖିତ ପରୀକ୍ଷା ହେବାକୁ ସ୍ଥିର ହୋଇଛି । ପରୀକ୍ଷାରେ ୪ଟି ବିକଳ୍ପ ଦିଆଯିବା ସହ ୨ମାର୍କ ବିଶିଷ୍ଟ ଅବଜେକ୍ଟିଭ ପ୍ରଶ୍ନ ପଡିବ ।

ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତା ୨୨ରୁ ଆରମ୍ଭ ହୋଇ ୨୬ ତାରିଖରେ ଶେଷ ହେବ । ଭୁଲ ଉତର ପାଇଁ କୌଣସି ନେଗେଟିଭ ମାର୍କିଂ ନାହିଁ ବୋଲି ସୂଚନା ମିଳିଛି । ୨୭ ତାରିଖ ସୁଦ୍ଧା କଲେଜ ୱେବ ସାଇଟରେ ମାର୍କ ଅପଲୋଡ ହେବ । ପରୀକ୍ଷା ପୂର୍ବରୁ ହଲ ଗୁଡିକ ବିଶୋଧନ କରାଯିବ । ଯଦି କୌଣସି ତାଙ୍କ ପରୀକ୍ଷା କେନ୍ଦ୍ର ବଦଳାଇବାକୁ ଚାହାଁନ୍ତି ତେବେ ସେ କଲେଜରୁ ଅନୁମତି ନେଇ କେନ୍ଦ୍ର ବଦଳାଇ ପାରିବେ । ଏନେଇ ଆସନ୍ତା ୧୪ତାରିଖ ସୁଦ୍ଧା ଛାତ୍ରଛାତ୍ରୀ ଆବେଦନ କରିପାରିବେ । ୧୫ ତାରିଖ ସୁଦ୍ଧା ବିଶ୍ୱବିଦ୍ୟାଳୟକୁ କଲେଜ ଅଧ୍ୟକ୍ଷ ସୂଚିତ କରିବେ । କରୋନା ଗାଇଡଲାଇନ ମାନି ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ।