ଭୁବନେଶ୍ୱର: କୋରୋନା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିବାବେଳେ ଆଜି ଭୁବନେଶ୍ୱରସ୍ଥିତ ବାଣୀବିହାର ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ୨୪ଘଂଟା ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ ମିଡ୍ ସେମିଷ୍ଟର ପରୀକ୍ଷାକୁ ବି କର୍ତୃପକ୍ଷ ଘୁଂଚାଇ ଦେଇଛନ୍ତି। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।