ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳିତ

ସାଉଦିଆରବରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ସଂଗଠନ କଳିଙ୍ଗାନ କେଏସ୍ଏ ତରଫରୁ ଗତ ଏପ୍ରିଲ ୧୨ ତାରିଖ ଦିନ ଉତ୍କଳ ଦିବସ ଆଡମ୍ବର ସହ ଦମାମ ସହରରେ ପାଳିତ ହୋଇଯାଇଛି । ଏହି ସମାରୋହରେ ଅନୁନ୍ୟ ୩୦୦ ଓଡ଼ିଆ ପରିବାର ଯୋଗ ଦେଇଥିଲେ ।

ଓଡ଼ିଆ ଶିଳ୍ପପତି ଇଝଗଇଉଝ ଗ୍ରୁପ୍ ଚେୟାରମ୍ୟାନ୍ ଡ. ଦେବ ମହାନ୍ତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିତ୍ରତାରକା ଜ୍ୟୋତିରଞ୍ଜନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସମାରୋହର ଶୁଭାରମ୍ଭ ପ୍ରଦୀପ ପ୍ରଜ୍ୱଳନ ଏବଂ ପରେ ପରେ ବନ୍ଦେ ଉତ୍କଳ ଜନନୀର ଗାନ ସହିତ ହୋଇଥିଲା । ଓଡ଼ିଶୀ ନୃତ୍ୟ, ସଂଗୀତ ଖାଦ୍ୟ ଇତ୍ୟାଦି ସମାବେଶର ମୁଖ୍ୟ ଆକର୍ଷଣ ଥିଲା । ଏହି ଅବସରରେ ସଂଗଠନର ବାର୍ଷିକ ମୁଖପତ୍ର “କଳିଙ୍ଗାନ ୨୦୧୯”ର ଉନ୍ମୋଚିତ କରାଯାଇଥିଲା । ଡ. ଦେବ ମହାନ୍ତି ସାଉଦିଆରବର ପରିବର୍ତନ ସାମାଜିକ ଓ ସାଂସ୍କୃତିକ ପରିବେଶ ମଧ୍ୟରେ କଳିଙ୍ଗାନ କେଏସଏର ଓଡ଼ିଆ ସଂସ୍କୃତିର ପ୍ରସାର କରିବାର ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲେ । ସେହିଭଳି ବିଦେଶରେ ରହି ମଧ୍ୟ ସଦସ୍ୟମାନଙ୍କର ଓଡ଼ିଶା ପ୍ରତି ଥିବା ପ୍ରେମଭାବନାକୁ ଦେଖି ଚିତ୍ରତାରକା ଜ୍ୟୋତିରଞ୍ଜନ ଭାବବିହ୍ୱଳ ହୋଇଯାଇଥିଲେ ।

ଏହି କାର୍ଯ୍ୟକ୍ରମକୁ ସମିତିର ସଦସ୍ୟ ଶେଖ ଶରାଫତ୍, ସନ୍ତୋଷ ଦାସ, ଜ୍ୟୋର୍ତିମୟ ଦାଶ, ପ୍ରୀତମ ମହାନ୍ତି, ରଞ୍ଜନ ରଥ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ ।