ଭାରତକୁ ୭୧୦୦ କୋଟି ଟଙ୍କାର ନୌସେନା ତୋପ ବିକିବ ଆମେରିକା

ନୂଆଦିଲ୍ଲୀ/ୱାଶିଂଟନ: ଭାରତକୁ ଆମେରିକା ୧ ବିଲିୟନ ଡଲାର ଅର୍ଥାତ ୭୧୦୦ କୋଟି ଟଙ୍କାର ଜଳସେନା ତୋପ ବିକ୍ରି କରିବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ମଂଜୁରୀ ଦେଇଛନ୍ତି । ଟ୍ରମ୍ପ ପ୍ରଶାସନ ଆମେରିକା କଂଗ୍ରେସକୁ ଦେଇଥିବା ସୂଚନାରେ କୁହାଯାଇଛି ଯେ, ଭାରତକୁ ଏମସଡି-୪ ନୌସେନା ତୋପ ବିକ୍ରି କରାଯିବ । ଏହାକୁ ମଂଜୁରୀ ମିଳି ସାରିଛି । ତୋପଗୁଡ଼ିକ ଯୁଦ୍ଧ ଜାହାଜ, ଆଣ୍ଟି-ଏୟାରକ୍ରାଫ୍ଟ ଓ ଜାହାଜରେ ମୁତୟନ କରାଯିବ ।
ଏହି ତୋପଗୁଡ଼ିକ ଯୁଦ୍ଧ ପୋତ ତଥା ଯୁଦ୍ଧ ପରି ବିମାନ ବିରୋଧ ଓ ଉପକୂଳରେ ବିସ୍ଫୋରଣ ପାଇଁ ବ୍ୟବହାର କରାଯାଇଥାଏ ଏବଂ ଏହାକୁ ଭାରତୀୟ ନୌସେନାର ମାରକ କ୍ଷମତା ବଢ଼ାଯିବ । ପ୍ରତିରକ୍ଷା ସହଯୋଗ ସଂସ୍ଥା ମଙ୍ଗଳବାର ଜାରି କରିଥିବା ସୂଚନାରେ ୧୩ ଏମକେ-୪୫ ପାଞ୍ଚ ିଞ୍ଚ/୬୩ କ୍ୟାଲିବର (ଏମଓଡି ୪) ନୌସୈନିକ ତୋପ ଓ ଏସଂପର୍କିତ ଉପକରଣର ପ୍ରସ୍ତାବିତ ବିଦେଶୀ ସୈନ୍ୟ ବିକ୍ରି ଆନୁମାନିକ ୧ ବିଲିୟନ ଡଲାର । ଏହି ଅସ୍ତ୍ରଗୁଡ଼ିକ ଆସିବା ପରେ ଭାରତୀୟ ନୌସେନାର ବଳ ଆହୁରି ଅନେକ ଗୁଣରେ ବଢ଼ିଯିବ ।
ସୂଚନାଯୋଗ୍ୟ ଗତ ୩ ବର୍ଷରେ ଭାରତ ପାଖାପାଖି ୫.୬୭ ବିଲିୟନ ଡଲାର ପ୍ରତରକ୍ଷା ବୁଝାମଣା କରିଛି । ଲୋକସଭାରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀପଦ ନାଇକ କହିଛନ୍ତି, ଉଭୟ ଦେଶ ମଦ୍ୟରେ ୨୧ଟି ପ୍ରତିରକ୍ଷା କିଣାବିକା ହୋଇଛି । ଫ୍ରାନ୍ସ ପୁଣି ୩ଟି ଲଢୁଆ ବିମାନ ହସ୍ତାନ୍ତର କରିଛି । ଏବେ ଏହାକୁ ଚଳାଇବା ପାଇଁ ଏୟାରଫୋର୍ସ ପାଇଲଟ ଓ ଇଂଞ୍ଜିନିୟରଙ୍କୁ ତାଲିମ ଦିଆଯାଉଛି ।