ତରଣଜୀତ୍ ସିଂହ ହେବେ ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ

ୱାଶିଂଟନ: ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ତରଣଜୀତ ସିଂହ ସାନ୍ଧୁ ଦାୟିତ୍ୱ ନେବେ । ହର୍ଷବର୍ଦ୍ଧନ ନିକଟରେ ଆମେରିକାରୁ ନୂଆଦିଲ୍ଲୀ ଫେରି ଆସିଥିବା ବେଳେ ସେ ଚଳିତ ମାସ ଶେଷ ସୁଦ୍ଧା ବିଦେଶ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ସାନ୍ଧୁ ବର୍ତମାନ ଶ୍ରୀଲଙ୍କାରେ ଭାରତର ଉଚ୍ଚାୟୋଗ ପଦରେ ଅବସ୍ଥାପିତ ଅଛନ୍ତି । ସେ ୨୦୧୭ ଜାନୁଆରୀ ୨୪ରୁ ଉଚ୍ଚାୟୋଗ ପଦରେ ଅଧିଷ୍ଠିତ ଅଛନ୍ତି । ଏହା ପୂର୍ବରୁ ସେ ୨୦୧୩ ରୁ ୨୦୧୭ ଯାଏଁ ୱାଶିଂଟନ ଡିସିରେ ଭାରତୀୟ ରାଷ୍ଟ୍ରଦୂତାବାସରେ ଅବସ୍ଥାପିତ ଥିଲେ ।