ୱାଂଶିଟନ : ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କ୍ଲିନଚିଟ ପ୍ରଦାନ କରିଛନ୍ତି ଆମେରିକା ସିନେଟ । ନିଜ ଶକ୍ତିର ଦୁରୂପଯୋଗ କରୁଥିବା ନେଇ ଟ୍ରମ୍ପଙ୍କ ଉପରେ ଅଭିଯୋଗ ରହିଥଲା । ତେବେ ଆମେରିକାର ସିନେଟରେ ହୋଇଥିବା ମତଦାନରେ ଏହି ଅଭିଯୋଗ ଖାରଜ ହେବା ସହ ଟ୍ରମ୍ପଙ୍କୁ କ୍ଲିନଚିଟ ମିଳିଛି । ଏହାସହ ଟ୍ରମ୍ପଙ୍କ ମହାଭିଯୋଗ ପ୍ରସ୍ତାବ ସିନେଟରେ ପ୍ରତ୍ୟାହୃତ ହୋଇଛି ।
ଟ୍ରମ୍ପଙ୍କ ମହାଭିଯୋଗ ପ୍ରସ୍ତାବ ପାରିତ ପାଇଁ ଆମେରିକାର ସିନେଟରେ ୨ଟି ଅଭିଯୋଗ ଉପରେ ଭୋଟ ଗ୍ରହଣ ହୋଇଥିଲା । ୨ଟି ଅଭିଯୋଗରେ ୬୭ ଭୋଟ ଆବଶ୍ୟକ ଥିବାବେଳେ ବିପକ୍ଷ ବହୁମତ ହାସଲ କରିପାରିନଥିଲେ । ପ୍ରଥମ ଭୋଟ ଗ୍ରହଣ କ୍ଷମତାର ଦୁରୂପଯୋଗ ପାଇଁ ହୋଇଥିବାବେଳେ ଏଥିରେ ସପକ୍ଷରେ ୪୮ ଓ ବିପକ୍ଷରେ ୫୨ ଭୋଟ ମିଳିଥିଲା । ସେହିପରି କଂଗ୍ରେସ ପାଇଁ ଟ୍ରମ୍ପ ବାଧା ସୃଷ୍ଟି କରିବାକୁ ନେଇ ଦ୍ବିତୀୟ ଭୋଟ ଗ୍ରହଣ ହୋଇଥିଲା । ଏଥିରେ ମଧ୍ୟ ବହୁମତ ହାସଲ କରିବାରେ ସମର୍ଥ ହୋଇନଥିଲେ ବିପକ୍ଷ । କେବଳ ସିନେଟର ମିଟ୍ ଏକ ମାତ୍ର ସଦସ୍ୟ ଥିଲେ, ଯିଏ କି ପାର୍ଟି ଲାଇନରୁ ଅଲଗା ହୋଇ ଟ୍ରମ୍ପଙ୍କ ବିପକ୍ଷରେ ଭୋଟ ଦେଇଥିଲେ ।
ଆମେରିକାର ଇତିହାସରେ ଏହା ରାଷ୍ଟ୍ରପତିଙ୍କ ବିପକ୍ଷରେ ତୃତୀୟ ମହାଭିଯୋଗ ପ୍ରସ୍ତାବ ଥିଲା । ଯାହା କି ୫ ମାସର ଲମ୍ବା ସମୟ ପରେ ଖାରଜ ହୋଇଛି । ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବୃହତ ବିଜୟ ଅଟେ ।