ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକା ବାହାର କରିବ କରୋନା ଭାଇରସ୍ ଟୀକା

ୱାଂଶିଟନ: କରୋନା ଯୋଗୁଁ ଚାରିଆଡେ ସ୍ଥିତି ଖରାପ ହୋଇଥିବାବେଳେ ଏହାର ଅଧିକ ପ୍ରଭାବ ସବୁଠାରୁ ଅଧିକ ଆମେରିକାରେ ଦେଖିବାକୁ ମିଳୁଛି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ,  ମୋର ବିଶ୍ୱାସ ଯେ, ଦେଶରେ ଚଳିତ ବର୍ଷ ଶେଷ ସୁଦ୍ଧା କରୋନା ଭାଇରସ ଟୀକାର ପ୍ରସ୍ତୁତ ହୋଇଯିବ ।

ଟ୍ରମ୍ପ କହିଛନ୍ତି, ମୁଁ ଦୃଢ଼ ଭାବରେ କହିପାରିବି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଆମେ ଟୀକା ବାହାର କରିପାରିବୁ । ଏଥିପାଇଁ ଆମେରିକାରେ ଗବେଷଣାକୁ ତୀବ୍ର କରି ଦିଆଯାଇଛି । ଟୀକା ବାହାର କରିବା ପାଇଁ ଆମେରିକାରେ ଗବେଷକ, ବୈଜ୍ଞାନିକ ଓ ଅନ୍ୟ ମେଡିକାଲ ଟିମ କାର୍ଯ୍ୟରେ ଲାଗିପଡ଼ିଛନ୍ତି । ୱାଶିଂଟନସ୍ଥିତ ଲିଙ୍କର ସ୍ମୁତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, ଅନେକ ସ୍ୱାସ୍ଥ୍ୟ କର୍ମୀଙ୍କ କହିବା ଅନୁସାରେ ଟୀକା ବାହାର କରିବା ପାଇଁ ୧୮ ମାସ ଲାଗିଥାଏ । ସେହିଭଳି ଟୀକାକୁ ବିକଶିତ କରିବା ପାଇଁ ମଧ୍ୟ ବହୁ ସମୟ ଲାଗିଥାଏ ।