କୋରୋନା ଯୋଗୁଁ ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ଟ୍ରମ୍ପ

ୱାଂଶିଟନ: କୋରୋନା ଭାଇରସ ଯୋଗୁଁ ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହାବ୍ୟତୀତ ରାଜ୍ୟଗୁଡ଼ିକୁ ଏହି ମହାମାରୀ ମୁକାବିଲା ପାଇଁ ୫୦ ମିଲିୟନ ଡଲାର ଦିଆଯିବ । ସେ ଆମେରିକାରେ ଜରୁରୀକାଳୀନ ଘୋଷଣା କରିଛନ୍ତି । ଟ୍ରମ୍ପଙ୍କ ପରାମର୍ଶଦାତା ଏବଂ ବିଶେଷଜ୍ଞ କହିଥିଲେ, ଯଦି ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ କରା ନଯିବ, ତାହେଲେ ୧୫ କୋଟି ଲୋକ ପ୍ରଭାବିତ ହୋଇପାରନ୍ତି ।

ଟ୍ରମ୍ପ କରୋନା ଭାଇରସ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଏହି ବଡ଼ ନିଷ୍ପତି ନେଇଥିବା ଜଣାଯାଇଛି । ସେ କହିଛନ୍ତି, ଆଗାମୀ ଦିନରେ ଆମକୁ କିଛି ତ୍ୟାଗ କରିବାକୁ ପଡିବ । କିନ୍ତୁ କିଛି ସମୟ ଯାଏଁ ଏହି ତ୍ୟାଗ କରିବା ପରେ ଲାଭ ହେବ । ସେ କହିଛନ୍ତି, ଆଗାମୀ ୮ ସପ୍ତାହ କଠିନ ହେବ । ଆମେରିକାରେ ଏପର୍ଯ୍ୟନ୍ତ ୧୧୦୦ରୁ ଅଧିକ ଲୋକ ଏହି ଭାଇରସ ସଂସ୍ପର୍ଶରେ ଆସିଛନ୍ତି । ୪୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଆମେରିକା ଭଳି ଏକ ବିକାଶଶୀଳ ଦେଶ ପାଇଁ କରୋନା ଭାଇରସ ଚିନ୍ତାର ବିଷୟ ପାଲଟିଛି । ଏହା ପୂର୍ବରୁ ସ୍ପେନ ମଧ୍ୟ ଦେଶରେ ଜରୁରୀକାଳୀନ ଘୋଷଣା କରିଥିଲା ।

ହ୍ୱାଇଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଦେଶରେ ଜରୁରୀକାଳୀନ ଘୋଷଣା କରୁଛି । ଟ୍ରମ୍ପ ନିଜର ଅଧିକାରୀମାନଙ୍କ ପ୍ରଶଂସା କରି କହିଛନ୍ତି, ଏହି ବିପଦପୂର୍ଣ୍ଣ ଭାଇରସ ସହିତ ଲଢନ୍ତୁ । ଜାତୀୟ ଜରୁରୀକାଳୀନ ଆଇନ ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗ ଟଙ୍କା ଖର୍ଚ୍ଚ କରାଯାଇପାରିବ । ଏବେ ସମଗ୍ର ବିଶ୍ୱରେ ଭାଇରସ ଯୋଗୁଁ ୧ ଲକ୍ଷ ୩୫ ହଜାର ଲୋକ ସଂକ୍ରମିତ ଅଛନ୍ତି ଏବଂ ୪୯୦୦ ଲୋକଙ୍କ ମୃତ୍ୟୁ ହୋଇସାରିଛି ।