ରୁଷରୁ ଭେଂଟିଲେଟର କିଣିବ ଆମେରିକା

ୱାଶିଂଟନ: ଆମେରିକାରେ କରୋନା ସ୍ଥିତି ଅସମ୍ଭାଳ ରହିଛି । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ପହଂଚିଥିବାବେଳେ ମୃତ୍ୟୁ ସଂଖ୍ୟା ୫ ହଜାର ଅତିକ୍ରମ କରିଛି । ଦିନକୁ ଦିନ ଆମେରିକାରେ ସ୍ଥିତି ଅସମ୍ଭାଳ କାରଣରୁ ପ୍ରଶାସନ ମେଡିକାଲ ସେବା ଯୋଗାଇ ପାରୁନାହାନ୍ତି ।ରୋଗୀଙ୍କ ସଂଖ୍ୟା ଆମେରିକା ପାଖରେ ଥିବା ମେଡିକାଲ ସାମଗ୍ରୀ ଠାରୁ ଯଥେଷ୍ଟ ଅଧିକ ରହିଛି। ଫଳରେ ଏହି ଅଭାବକୁ ଦୂର କରିବା ପାଇଁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦମିର ପୁଟିନଙ୍କ ସହ କଥା ହୋଇଛନ୍ତି।

ଏହାପରେ ରୁଷ ଠାରୁ ଭେଂଟିଲେଟର ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ କିଣିବାକୁ ଆମେରିକା ନିଷ୍ପତି ନେଇଛି। ମାର୍ଚ୍ଚ ୩୦ରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଫୋନ ଯୋଗେ ଆଲୋଚନା ହୋଇଥିଲା। ଉଭୟ କୋଭିଡ୍‌-୧୯କୁ ନେଇ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହି ସମୟରେ ଆମେରିକା ଭେଂଟିଲେଟର ଓ ଅନ୍ୟାନ୍ୟ ମେଡିକାଲ ସାମଗ୍ରୀ ସହ ବ୍ୟକ୍ତିଗତ ସୁରକ୍ଷା ଇକ୍ୟୁପମେଂଟ କିଣିବାକୁ ସହମତି ପ୍ରକାଶ କରିଛି। ଏହିସବୁ ସାମଗ୍ରୀ ନ୍ୟୁୱର୍କ ସିଟିରେ ଥିବା ଏଫଇଏମଏକୁ ଦିଆଯିବ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି।