କଂଗ୍ରେସ ଆସନରୁ ହାରିବା ପରେ ପାର୍ଟି ବଦଳାଇବେ ଉର୍ମିଳା!

ନୂଆଦିଲ୍ଲୀ: ନିକଟରେ ହୋଇଥିବା ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ କଂଗ୍ରେସର ପ୍ରାର୍ଥୀ ହୋଇଥିବା ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ନିଜର ପରାଜୟ ପାଇଁ କଂଗ୍ରେସ କର୍ମୀଙ୍କ ଉପରେ ଦୋଷ ଠେଲିଛନ୍ତି | ଏଥିପାଇଁ ଉର୍ମିଳା କଂଗ୍ରେସ ଛାଡିପାରନ୍ତି ବୋଲି ଜୋରଦାର ଚର୍ଚ୍ଚା ହେଉଛି | ମିଳିଥିବା ଖବର ଅନୁସାରେ ଉର୍ମିଳା ବିଜେପି ବା ଶିବସେନାରେ ଯୋଗ ଦେଇପାରନ୍ତି |

ସେହିପରି ରାଜ ଥାକରେଙ୍କ ପାର୍ଟି ମଧ୍ୟ ଉର୍ମିଲାଙ୍କୁ ଅଫର ଦେଇଥିବାର ଶୁଣିବାକୁ ମିଳୁଛି | ତେବେ ଜଣେ କଂଗ୍ରେସ ନେତା କହିଛନ୍ତି ଯେ ଉର୍ମିଳା ଏବେ କଂଗ୍ରେସ ନେତାମାନଙ୍କ ଫୋନ କଲ ଉଠାଉନାହାଁନ୍ତି | ଏଠାରେ ସୂଚନା ଥାଉ କି ଉର୍ମିଳା ନିଜର ଏକ ଚିଠିକୁ ନେଇ ଖପ୍ପା ଅଛନ୍ତି | ନିଜର ପରାଜୟ ପାଇଁ ସେ ଏକ ଗୋପନ ଚିଠି ଲେଖିଥିଲେ | ଯାହାକି ଲିକ ହୋଇଯାଇଥିଲା |

ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷଙ୍କୁ ତାଙ୍କର ପରାଜୟର କାରଣ ବାବଦରେ ସେ ଚିଠିରେ ଲେଖିଥିଲେ | ଯାହାକି ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଘୁରିବୁଲିଥିଲା | ଏହି ଚିଠି କିଭଳି କଂଗ୍ରେସ କର୍ମୀମାନଙ୍କ ପାଖରେ ପହଁଚିଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି |