କର୍ଯ୍ୟକାଳ ୫ ବର୍ଷ ଆଗରୁ ପଦବୀରୁ ଇସ୍ତଫା ଦେଲେ ଆରବିଆଇ ଗଭର୍ନର ଉର୍ଜିତ ପଟେଲ

ନୂଆଦିଲ୍ଲୀ : ଆରବିଆଇ ଗଭର୍ନର ଉର୍ଜିତ ପଟେଲ ଆଜି ନିଜ ପଦବୀ ଇସ୍ତଫା ଦେଇଛନ୍ତି ଜ୍ଝ ସେ ଆସନ୍ତା ସେପ୍ଟେମ୍ବର ମାସରେ ଅବସର ନେଇଥାନ୍ତେ ଜ୍ଝ ମୋଦି ସରକାରଙ୍କ ସହିତ ଚାଲିଥିବା ବିବାଦ ଯୋଗୁଁ କାର‌୍ୟ୍ୟକାଳ ପୁରା ହେବାର ୯ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି ଜ୍ଝ ତେବେ ବ୍ୟକ୍ତିଗତ କାରଣ ଯୋଗୁଁ ସେ ଇସ୍ତଫା ଦେଇଥିବା କହିଛନ୍ତି ଜ୍ଝ

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ସରକାର ଏବଂ ଉର୍ଜିତ ପଟେଲଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା ଜ୍ଝ ଆରବିଆଇ ଧାରା ୭ର ମଧ୍ୟ ସରକାର ଉପଯୋଗ କରିଥିଲେ ଜ୍ଝ ପରେ ବିବାଦ ସମାଧାନ ହୋଇଯାଇଥିବା ଶୁଣିବାକୁ ମିଳିଥିଲା ଜ୍ଝ ନଭେମ୍ବର ୧୯ ତାରିଖରେ ହୋଇଥିବା ଆରବିଆଇର ବୋର୍ଡ ମିଟିଂରେ ଚାଲିଥିବା ବିବାଦର କିଛି ସମାଧାନ ମଧ୍ୟ ହୋଇଯାଇଥିଲା ଜ୍ଝ ଯାହାଫଳରେ ଉର୍ଜିତ ପଟେଲଙ୍କ ଇସ୍ତଫା ଦେବା ଆଶଙ୍କା ଟଳି ଯାଇଥିଲା ଜ୍ଝ କିନ୍ତୁ ଆଜି ଅଚାନକ ସେ ଇସ୍ତଫା ଘୋଷଣା କରିଥିଲେ ଜ୍ଝ
ଇସ୍ତଫା ଦେବା ପରେ ଉର୍ଜିତ ପଟେଲ କହିଛନ୍ତି ଯେ, ସେ ନିଜର ବ୍ୟକ୍ତିଗତ କାରଣ ଯୋଗୁଁ ଆରବିଆଇ ଗଭର୍ନର ପଦରୁ ଇସ୍ତଫା ଦେଇଛନ୍ତି ଜ୍ଝ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସହ କାମ କରିବା ତାଙ୍କ ପାଇଁ ବହୁତ ସମ୍ମାନ ଜନକ ଥିଲା ବୋଲି ସେ କହିଛନ୍ତି ଜ୍ଝ ସେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେବା ସହ ସୁଫଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣେଇଥିଲେ

ସୂଚନାଯୋଗ୍ୟ ଯେ, ଦ୍ୱିତୀୟ ଥର ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ନର ନିଜ ପଦରୁ ଇସ୍ତଫା ଦେଇଛନ୍ତି ଜ୍ଝ ଏହା ପୂର୍ବରୁ ୨୦୧୬ ମସିହା ଜୁନ ମାସରେ ଗଭର୍ନର ପଦବୀରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ ଜ୍ଝ କିନ୍ତୁ ସେ ତାଙ୍କର କାର‌୍ୟ୍ୟକାଳ ସାରିବା ପରେ ପଦ ଛାଡିଥିଲେ