ଅଧା ରହିଲା ରାଧ ହେବା ସ୍ୱପ୍ନ , ଉର୍ବଶୀଙ୍କ ମନରେ ଦୁଃଖ

‘ମିସ୍ ଇଣ୍ଡିଆ ୟୁନିଭର୍ସ’, ‘ମିସ୍ ଟୁରିଜିମ୍ କ୍ୱିନ୍ ଅଫ୍ ଦି ଇୟର୍’, ‘ମିସ୍ ଏସିଆନ୍ ସୁପର୍ ମଡେଲ୍’ ଭଳି ଟାଇଟଲ୍ ହାସଲ କରିବା ପରେ ଫିଲ୍ମ ଦୁନିଆରେ ପାଦ ରଖିଥିବା ଉର୍ବଶୀ ରାଉତେଲାଙ୍କ ମନରେ ରହଯାଇଛି ଏକ ଦୁଃଖ । ଯାହାକୁ ସେ ନିଜ ଜୀବନର ଅଧୁରା ସ୍ୱପ୍ନ ବୋଲି କହୁଛନ୍ତି । କଥା ହେଉଛି, ପିଲାଦିନେ ସ୍କୁଲ୍ରେ ପଢ଼ିବା ବେଳେ ସବୁବେଳେ ଡ୍ରାମାରେ ରାଧା ହେବାକୁ ଇଚ୍ଛୁକ ଥିଲେ । କିନ୍ତୁ ଡେଙ୍ଗୀ ହୋଇଥିବାରୁ ରାଧା ହେବା ସୁଯୋଗ ତାଙ୍କୁ ସବୁବେଳେ ହାତଛଡ଼ା କରିବାକୁ ପଡୁଥିଲା । ନୃତ୍ୟ ପଞ୍ଚଶୈଳୀ ଭାରତ ନାଟ୍ୟମ୍, କଥକ, ହିପ୍ହପ୍, ଜାଜ୍ ଏବଂ ବେଲି ଡ୍ୟାନ୍ସରେ ସେ ଖୁବ୍ ପାରଙ୍ଗମ । ବାସ୍କେଟ୍ବଲ୍ରେ ରାଷ୍ଟ୍ରୀୟ ସ୍ତରର ଖେଳାଳି ଭାବେ ଖ୍ୟାତି ଅର୍ଜନ କରିଥିବା ଉର୍ବଶୀ ପ୍ରକୃତରେ ଇଞ୍ଜିନିୟର ହେବାକୁ ଆଶା ବାନ୍ଧିଥିଲେ । ଆଇଆଇଟି ପରୀକ୍ଷା ବି ଦେଇଥିଲେ । ମାତ୍ର ୧୭ ବର୍ଷ ବୟସରେ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପରେ ଇଞ୍ଜିନିୟର୍ ହେବା ସ୍ଥାନରେ ବନିଗଲେ ମଡେଲ୍ କମ୍ ଅଭିନେତ୍ରୀ । ଇତିମଧ୍ୟରେ ସେ ଅନେକଗୁଡ଼ିଏ ଫିଲ୍ମରେ ନିଜ ବୋଲ୍ଡ ଅନ୍ଦାଜ୍ରେ ଦର୍ଶକଙ୍କୁ ଦିୱାନା କରିସାରିଲେଣି । କିନ୍ତୁ ଆଜି ବି ମନ ଭିତରେ ରହିଯାଇଛି ସେଇ ରାଧା ହେବାର ଦୁଃଖ ।