ଡିସେମ୍ବର ସୁଦ୍ଧା ୮ଲକ୍ଷ ଘରକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ – ମନ୍ତ୍ରୀ ପ୍ରତାପ ଜେନା

୧୧୪ ପୌରାଚଂଳର ପାନୀୟଜଳ ପ୍ରକଳ୍ପ ସଂପର୍କରେ ସମୀକ୍ଷା

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ୧୧୪ ପୌରାଚଂଳର ୮ ଲକ୍ଷରୁ ଉଦ୍ଧ୍ୱ ର୍ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ଏବଂ ୭୦ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ପଂଚାୟତିରାଜ , ଗୃହ ଓ ନଗରଉନ୍ନୟନ , ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ମନ୍ତ୍ରୀ ଶ୍ରୀ ଜେନା ନୂତନ କରି ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ସହରାଚଂଳ ପାନୀୟ ଜଳ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣା ପଡିଛି କି ସହରାଚଂଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ୭୯୩ ପ୍ରକଳ୍ପ ହାତକୁ ନିଆଯାଇ ୬୪୨ଟି ସମ୍ପୂର୍ଣ୍ଣ ହୋଇଛି । ବାକି ପ୍ରକଳ୍ପ ଗୁଡିକ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି । ୨୦୧୩ ମସିହାରେ ପ୍ରସ୍ତୁତ ଓଡିଶା ରାଜ୍ୟ ସହରାଚଂଳ ପାନୀୟ ଜଳ ନୀତି ଅନୁଯାୟୀ ୨୦୨୬ ସୁଦ୍ଧା ଏହା କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ଥିବା ବେଳେ ବିଭାଗ ତରଫରୁ ଯୁଦ୍ଧକାଳୀନ ଭିତିରେ ଉଦ୍ୟମ କରାଯାଇ ୨୦୧୯ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି । ପ୍ରାକୃତିକ ବିପର୍ଯ୍ୟୟ ସମୟ ହେଉ କିମ୍ବା କୌଣସିକାରଣରୁ ପାନୀୟଜଳ ପ୍ରକଳ୍ପକୁ ବିଦ୍ୟୁତ ସରବରାହ ବ୍ୟାହତ ହେଲେ , ନିରବଚ୍ଛିନ୍ନ ପାନୀୟ ଜଳ ଯୋଗାଣ ବଜାୟ ରଖିବା ପାଇଁ ସ୍ୱତବ ଭାବେ ପ୍ରାୟ ୧୫୦ କୋଟ ଟଙ୍କା ବ୍ୟୟଅଟକଳରେ ଜେନେରେଟର ବ୍ୟବସ୍ଥା କରାଯିବ । ଯୋଗାଇ ଦିଆଯାଉଥିବା ପାଣିର ଗୁଣବତା ପରୀକ୍ଷା କରିବା ନିମନ୍ତେ ପିପିପି ମୋଡରେ ୯ଟି ପରୀକ୍ଷାଗାର ସ୍ଥାପନ କରାଯାଇଛି । ବର୍ତମାନ ବିଭିନ୍ନ ସହରାଚଂଳରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ନିମନ୍ତେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଉଥିବା ପ୍ରକାଶ । ସଚିବାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି.ମାଥିଭାଥନନ୍ , ବିଭାଗୀୟ ଯନ୍ତ୍ରୀ ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥି ।