ଆଇଏଏସ୍‍ ଟପ୍ପର ହେଲେ କନିଷ୍କ କାଟାରିଆ,୧୧୮ ର‍୍ୟାଙ୍କ୍‌ରେ ଓଡ଼ିଶାର ସୌମ୍ୟରଞ୍ଜନ ରାଉତ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ୨୦୧୮ ସିଭିଲ୍‌ ସର୍ଭିସ ପରୀକ୍ଷା ଫଳ। ଏଥର ଆଇଏଏସ୍‌ ପରୀକ୍ଷାରେ ଟପ୍ପର ହୋଇଛନ୍ତି କନିଷ୍କ କାଟାରିଆ। କନିଷ୍କଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅକ୍ଷତ ଜୈନ୍‌। ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି ଜୁନେଦ୍‌ ଅହମ୍ମଦ। କ୍ରମାନୁସାରେ ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ରହିଛନ୍ତି ଯଥାକ୍ରମେ ଶ୍ରେୟାଂଶ କୁମାତ, ସୃଷ୍ଟି ଜୟନ୍ତ ଦେଶମୁଖ, ଶୁଭମ ଗୁପ୍ତା, କ୍ରାନ୍ତି ବରୁଣ ରେଡ୍ଡି, ବୈଶାଳୀ ସିଂହ ଓ ଗୁଞ୍ଜନ ଦ୍ୱିବେଦୀ।

ସେହିପରି ଓଡ଼ିଶାର ସୌମ୍ୟରଞ୍ଜନ ରାଉତ ଆଇଏଏସ୍‌ ପରୀକ୍ଷାରେ ୧୧୮ ର‍୍ୟାଙ୍କ୍‌ରେ ରହିଛନ୍ତି। ଆଇଏଏସ୍‌ ପରୀକ୍ଷା ଦେଇଥିବା ଓଡ଼ିଶାର ଅନ୍ୟ ପରୀକ୍ଷାର୍ଥୀଙ୍କ ଭିତରୁ ୧୧୯ ସ୍ଥାନରେ ଉପାସନା ମହାପାତ୍ର, ୨୩୫ ର‍୍ୟାଙ୍କ୍‌ରେ ଜୁବିନ ମହାପାତ୍ର, ୩୫୭ରେ ସୌରଭ ମିଶ୍ର, ୩୬୭ରେ ପ୍ରଶାନ୍ତ ମିିଶ୍ର, ୫୨୬ରେ ସଞ୍ଜୟ ସାହୁ, ୬୨୯ରେ ଦେବରାଜ ଦାସ, ୫୩୮ରେ ସିଦ୍ଧାର୍ଥ ଗୌତମ, ୫୦୦ରେ ସୁଧାଂଶୁ ନାୟକ, ୫୧୧ରେ ଦୀପକ କୁମାର ମିଶ୍ର, ୪୫୭ରେ ଶୁଭେନ୍ଦୁ ପାତ୍ର, ୪୭୮ରେ ସୋନାଲିନ୍‌ ଶୁଭଦର୍ଶିନୀ ପ୍ରମୁଖ ଅଛନ୍ତି।