ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ଉତୀର୍ଣ୍ଣ ବିଶ୍ୱରଞ୍ଜନଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଭୁବନେଶ୍ୱର(ଉତର) ନିର୍ବାଚନ ମଣ୍ଡଳୀର ବିଏମସି ୱାର୍ଡ ନମ୍ବର ୧୪ ନିଳାଦ୍ରୀ ବିହାରରେ ରହୁଥିବା ଜଣେ ଦରଜୀ ବେଣୁଧର ଭୋଳ ଓ ମିନତୀ ଭୋଳଙ୍କ ସୁଯୋଗ୍ୟ ସନ୍ତାନ ଶ୍ରୀକୁମାର ବିଶ୍ୱରଞ୍ଜନ ର‌୍ୟାଙ୍କ ନମ୍ବର ୧୭୨ ର‌୍ୟାଙ୍କରେ ସଫଳତାର ସହିତ ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ତେଣୁ ଉକ୍ତ ଉଦୀୟମାନ ତାରକାଙ୍କୁ ବିଧାୟକ ସୁଶାନ୍ତ ରାଉତ, ସମାଜସେବୀ ସୁବାସ ଚନ୍ଦ୍ର ଓ ଯୁବନେତା ମନୋଜ କୁମାର ସାହୁ ତାଙ୍କ ଘରେ ପହଁଚି ତାଙ୍କର ଏ ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ସହିତ ସମ୍ବର୍ଦ୍ଧିତ କରିଛନ୍ତି ।