ଆର ପାରିରେ ଉପେନ୍ଦ୍ର କୁମାର ପାହାଡସିଂହ

ଭୁବନେଶ୍ଵର : ‘ଆକାଶବାଣୀ, ଖବର ପଢୁଛନ୍ତି ଉପେନ୍ଦ୍ର କୁମାର ପାହାଡ଼ସିଂହଃ  ।  ଆଉ ଶୁଣିବାକୁ ମିଳିବନି ସେ ଗୁରୁ ଗମ୍ଭୀର।  ଆକାଶବାଣୀର ପୂର୍ବତନ ସମ୍ବାଦ ପାଠକ  ଉପେନ୍ଦ୍ର କୁମାର ପାହାଡସିଂହ ଆଉ ନାହାନ୍ତି।  ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ହୃଦଘାତରେ ତାଙ୍କର ପରଲୋକ ଘଟିଛି। ସେ ନବେ ଦଶକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦ ପାଠକ ଥିଲେ। ଗୁରୁଗମ୍ଭୀର ସ୍ଵରରେ ସମ୍ବାଦ ପଠନ ପାଇଁ ସେ ଘରେ ଘରେ ପରିଚିତ ଥିଲେ।

upendra kumar pahadsingh no more