ଚିନ୍ମୟାନନ୍ଦ ମାମଲା: କୋର୍ଟ ଯିବା ବେଳେ ପୀଡ଼ିତାଙ୍କୁ ଅଟକାଇଲା ପୁଲିସ

ଲକ୍ଷ୍ନୌ: ବିଜେପି ନେତା ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ପୀଡ଼ିତାଙ୍କୁ ଆଜି ପୁଲିସ୍ ପଚରାଉଚରା କରିବା ପାଇଁ ଅଟକ ରଖିଛି। ଚିନ୍ମାୟାନନ୍ଦଙ୍କୁ ସେ ଓ ତାଙ୍କର ୩ ସହଯୋଗୀ ଧମକ ଚମକ ଦେବା ଅଭିଯୋଗରେ ପୁଲିସ୍ ଅଟକ ରଖି ପଚରାଉଚରା ଚଳାଇଛି। ସୂଚନାଯୋଗ୍ୟ, ଚିନ୍ମୟାନନ୍ଦ ଗିରଫ ହେବା ପରେ ପୀଡ଼ିତାଙ୍କ ୩ ସହଯୋଗୀ ଗିରଫ ହୋଇସାରିଛନ୍ତି। ଏହି ତିନି ସହଯୋଗୀ ହେଲେ ଚିନ୍ମୟାନନ୍ଦଙ୍କ ଦୁଇ ଭାଇ ଏବଂ ତାଙ୍କ ବନ୍ଧୁ ସଞ୍ଜୟ ସିଂହ।

ଗତକାଲି ଆହ୍ଲାବାଦ ହାଇକୋର୍ଟରେ ପୁଲିସ ଗିରଫଦାରୀରୁ ବର୍ତ୍ତିବା ପାଇଁ ପୀଡ଼ିତା ଆବେଦନ କରିଥିଲେ। ହେଲେ କୋର୍ଟ ଆବେଦନକୁ ଖାରଜ କରିଥିଲେ। ଏହାପରେ ଆଜି ଶାହାଜାହାନପୁର କୋର୍ଟରେ ଗିରଫଦାରୀରୁ ବର୍ତ୍ତିବା ପାଇଁ ପୀଡ଼ିତା କୋର୍ଟରେ ଆବେଦନ କରିଛନ୍ତି। ଅପରାହ୍ନରେ ଆବେଦନର ଶୁଣାଣି ହେବାର ସମ୍ଭାବନା ରହିଛି। କୋର୍ଟକୁ ଆସିବା ରାସ୍ତାରେ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିବା ପାଇଁ ନେଇଯାଇଥିବା ସୂଚନା ରହିଛି।

ଅନ୍ୟପଟେ ଯୌନ ନିର୍ଯାତନା ଅଭିଯୋଗରେ ଜେଲ ଯାଇଥିବା ୭୩ ବର୍ଷୀୟ ଚିନ୍ମୟାନନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତକାଲିଠୁ ଲକ୍ଷ୍ନୌ ସ୍ଥିତ ସଞ୍ଜୟ ଗାନ୍ଧି ମେଡ଼ିକାଲରେ ଚିକିତ୍ସିତ ହୋଇଛନ୍ତି। ମାମଲାର ତଦନ୍ତ କରୁଥିବା ଏସଆଇଟି ଗତକାଲି ଆହ୍ଲାବାଦ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି।

ସୂଚନାଯୋଗ୍ୟ, ଚିନ୍ମୟାନନ୍ଦ ଲ’ କଲେଜରେ ଆଇନରେ ପିଜି କରୁଛନ୍ତି ପୀଡ଼ିତା। ପାଠ ପଢ଼ିବା ବେଳେ କଲେଜର ମାଲିକ ଚିନ୍ମୟାନନ୍ଦ ତାଙ୍କୁ ଯୌନ ନିର୍ଯାତନା ବର୍ଷେ ହେବ ଦେଉଥିଲେ ବୋଲି ଅଭିଯୋଗ କରିଥିଲେ। ଏହାପରେ ଚିନ୍ମୟାନନ୍ଦ ଜେଲ ଯାଇଛନ୍ତି।