୧ କୋଟି ଲୋକଙ୍କୁ ଚାକିରୀ ଦେବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ: ବିଶ୍ୱାସ ନ ହେଲେ ବି ସତ । ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୧କୋଟି ଲୋକଙ୍କୁ ଚାକିରି ଦିଆଯିବ ବୋଲି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତାରେ ଜୁନ ୨୬ରେ ବିଧିବଦ୍ଧ ଭାବେ ଏହା ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଚାକିରୀ ପାଇବାକୁ ଥିବା ଲୋକଙ୍କ ମଧ୍ୟରେ ୫୦ ପ୍ରତିଶତ ମନରଗା ଅଧିନରେ କାର୍ଯ୍ୟ କରୁଛନ୍ତି ।

ତେବେ ଏତେ ପରିମାଣର ଚାକିରୀ ଦେବାରେ ୟୁପି ପ୍ରଥମ ରାଜ୍ୟ ହେବାକୁ ଯାଉଛି । ମନରେଗା ବୀତୀତ କୁଶଳୀ ଶ୍ରମିକ ଭାବରେ ଅନେକ ଶିଳ୍ପ, କମ୍ପାନୀ ଏବଂ ପ୍ରତିଷ୍ଠାନରେ ମଧ୍ୟ ଚାକରୀ ଯୋଗାଇ ଦିଆଯିବ ।