ଉତରପ୍ରଦେଶ ପ୍ରଥମ ରାଜ୍ୟ: ଯେଉଁଠାରେ କାର୍ଯ୍ୟକାରୀ ହେବ ସିଏଏ

ଲକ୍ଷେ୍ନø: ଦେଶର ପ୍ରଥମ ରାଜ୍ୟ ଉତରପ୍ରଦେଶ ହେବ, ଯେଉଁଠାରେ ବହୁବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) କାର୍ଯ୍ୟକାରୀ ହେବାକୁ ଯାଉଛି ।

ପାକିସ୍ତାନ, ଆଫ୍‌ଗାନିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ଥିବା ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସୀ, ଖ୍ରୀଷ୍ଟିଆନ୍‌ ଶରଣାର୍ଥୀମାନଙ୍କୁ ଚିହ୍ନଟ କରିବାକୁ ଉତର ପ୍ରଦେଶ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉତର ପ୍ରଦେଶରେ ଏମାନଙ୍କ ସଂଖ୍ୟା କେତେ ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ ଉତର ପ୍ରଦେଶ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।

ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀ (ମୁସଲମାନଙ୍କ ବ୍ୟତୀତ)ଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ବୋଲି ଅତିରିକ୍ତ ଶାସନ ସଚିବ (ଗୃହ) ଅବିନାଶ ତିୱାରୀ କହିଛନ୍ତି। ଉତର ପ୍ରଦେଶରେ ଆଫ୍‌ଗାନିସ୍ତାନରୁ ଆସିଥିବା ସଂଖ୍ୟାଲଘୁଙ୍କ ସଂଖ୍ୟା କମ୍‌ ଥିଲାବେଳେ ପାକିସ୍ତାନ ଏବଂ ବାଂଲାଦେଶରୁ ଆସିଥିବା ସଂଖ୍ୟାଲଘୁଙ୍କ ସଂଖ୍ୟା ସର୍ବାଧିକ ବୋଲି ତିୱାରୀ କହିଛନ୍ତି।