କୋରୋନା ପାଇଁ ଆଦିତ୍ୟନାଥଙ୍କ ବଡ଼ ନିଷ୍ପତି: ବନ୍ଦ ସମୟରେ ଦିନ ମଜୁରିଆ ଓ ନିର୍ମାଣ ଶ୍ରମିକମାନଙ୍କୁ ମିଳିବ ୧୦୦୦ଟଙ୍କା

ନୂଆଦିଲ୍ଲୀ: କୋରୋନା ଭାଇରସ୍ ସଂକ୍ରମଣ ରୋକିବା ନିମନ୍ତେ ରାଜ୍ୟରେ କରାଯାଉଥିବା ବନ୍ଦ ସମୟରେ ଲକ୍ଷ ଲକ୍ଷ ଦିନ ମଜୁରିଆ ଏବଂ ଶ୍ରମିକମାନଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ ବୋଲି ଘୋଷଣା କରିଛନ୍ତି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ବନ୍ଦ ଯୋଗୁଁ ପ୍ରଭାବିତ ହେଉଥିବା ଦିନ ମଜୁରିଆମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଉତର ପ୍ରଦେଶ ସରକାର ଘୋଷଣା କରିଥିଲେ।

ଶ୍ରମିକମାନଙ୍କୁ କେଉଁ ପ୍ରକାର ସହାୟତା ଦିଆଯିବ ତାହା ସେମାନେ ସ୍ଥିର କରିବାକୁ ରାଜ୍ୟ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନାଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଏଥିରେ କୃଷି ଏବଂ ଶ୍ରମ ମନ୍ତ୍ରୀଙ୍କୁ ମଧ୍ୟ ଅନ୍ତଭୁର୍କ୍ତ କରାଯାଇଛି।

ଏକ ଟେଲିଭିଜନ୍ ଭାଷଣରେ ଯୋଗୀ ଆଦିତ୍ୟନାଥ ଆଜି ଘୋଷଣା କରିଛନ୍ତି ଯେ ଦୈନିକ ଗୁଜୁରାଣ ମେଂଟାଇବାକୁ ୧୫ ଲକ୍ଷ ଦିନ ମଜୁରିଆ ଏବଂ ୨୦. ୩୭ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୦୦୦ ଟଙ୍କା ଲେଖାଏଁ ଦିଆଯିବ।