ଅଗଷ୍ଟ ୧୫ ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା ଅଧିକାରୀଙ୍କ ଛୁଟି ବାତିଲ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସରକାର ରାଷ୍ଟ୍ରୀୟ ପର୍ବ ସ୍ୱାଧିନତା ଦିବସ ଯାଏଁ ଥିବା ସେଠାରେ ସମସ୍ତ ସରକାରୀ କର୍ମଚାରୀଙ୍କ ପୂର୍ବ ସିକୃତିପ୍ରାପ୍ତ ଛୁଟି ବାତିଲ କରାଯାଇଛି । ଛୁଟି ଅବକାଶରେ ବାହାରକୁ ବୁଲିବା ପାଇଁ ଯାଇଥିବା କର୍ମଚାରୀଙ୍କୁ ମଧ୍ୟ ତୁରନ୍ତ ଫେରି ସୋମବାର ମଧ୍ୟରେ ଆସି କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 

 ଜାମ୍ମୁକାଶ୍ମୀରର ସ୍ଥିତିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ପାଇଁ ନିଷ୍ପତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ କ୍ରମେ ମୁଖ୍ୟ ସଚିବ ଧନଞ୍ଜୟ ଶୁକ୍ଲ ଶାସନର ସମସ୍ତ ମୁଖ୍ୟ ସଚିବ ,ପ୍ରମୁଖ ସଚିବ , ପ୍ରଦେଶର ସମସ୍ତ ମଣ୍ଡାଳୟୁକ୍ତ ଓ ଜିଲ୍ଲାଅଧିକାରୀଙ୍କୁ ଏହି ଛୁଟି ବାତିଲ ସମ୍ପର୍କରେ ଅବଗତ କରାଇଛନ୍ତି ।  ଏନେଇ ସମସ୍ତଙ୍କୁ ଆଦେଶ ଜାରି କରାଯାଇଛି । ଏହି ଅଧିକାରୀମାନେ ସୋମବାର ସୁଦ୍ଧା ନିଜ ନିଜ ମୁଖ୍ୟଳୟରେ ଉପସ୍ଥିତ ରହିବା ସହ ନିଜ ଅଧିନସ୍ଥ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ, ଅଗଷ୍ଟ ୧୫ ଯାଏଁ କୈାଣସି ପରିସ୍ଥିତିରେ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯିବ ନାହିଁ ।