ବାରଣାସୀରୁ ସନ୍ଦିଗ୍ଧ ଆଇଏସ୍‌ ଆତଙ୍କୀ ଗିରଫ

ବାରଣାସୀ: ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ଗୁଇନ୍ଦା ବିଭାଗ ଓ ସୁରକ୍ଷା ବାହିନୀର କଡା ନଜର ରହିଛି । ଏହି କ୍ରମରେ ସୋମବାର ଅଧ୍ୟାତ୍ମିକ ସହର ବାରଣାସୀରୁ ଆଇଏସ ଆତଙ୍କୀ ସଙ୍ଗଠନ ସହ ଜଡିତ ଜଣେ ଆତଙ୍କୀଙ୍କୁ ଗିରଫ କରାଯାଇଛି । ଆତଙ୍କ ନିରୋଧୀ ସ୍କ୍ବାର୍ଡ଼ (ଏଟିଏସ)ର ଗୁଇନ୍ଦା ସୂଚନା ଆଧାରରେ ପୋଲିସ ଏହି ଆତଙ୍କବାଦୀକୁ ଗିରଫ କରିଛି। ଗିରଫ ଆତଙ୍କୀ ରଶିଦ୍‌ ସେନାର ଗୁରୁତ୍ବପୂର୍ଣ୍ଣ ସୂଚନା, ଅବସ୍ଥିତି, ସେନା ଠିକଣା ପାକିସ୍ତାନକୁ ପଠାଉଥିଲା। ମୁଗଲସରାଇ ନିବାସୀ ରଶିଦ୍‌ ପାକିସ୍ତାନରେ ଆତଙ୍କୀ ପ୍ରଶିକ୍ଷଣ ନେଇଥିବା ଜଣାପଡିଛି।