ସଡ଼କ ଦୁର୍ଘଟଣା; ୨୪ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ୧୫ ଗୁରୁତର

ଉତରପ୍ରଦେଶ: ଉତରପ୍ରଦେଶର ଔରୟିଆ ଠାରେ ଶନିବାର ଭୋର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଶ୍ରମିକମାନଙ୍କୁ ନେଇ ରାଜସ୍ଥାନରୁ ଆସୁଥିବା ଏକ ଟ୍ରକ ଅନ୍ୟ ଏକ ଟ୍ରକକୁ ଧକ୍କା ଦେବାରୁ ୨୪ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେହିଭଳି ଦୁର୍ଘଟଣାରେ ଅନ୍ୟ ୧୫ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ମୃତକମାନେ ରାଜସ୍ଥାନରୁ ଫେରୁଥିଲେ ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟ ଅନୁସାରେ କରୋନା ଭାଇରସ ଯୋଗୁଁ ଦେଶରେ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଲକଡାଉନ ଲାଗୁ ହୋଇଥିବା ବେଳେ ରାଜସ୍ଥାନର ବିଭିନ୍ନ ସ୍ଥାନରେ କାମ କରୁଥିବା ଶ୍ରମିକମାନେ ଏକ ଟ୍ରକରେ ନିଜର ଗୃହ ରାଜ୍ୟ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଆଦି ରାଜ୍ୟକୁ ଫେରୁଥିଲେ । ଏହି ଆସିିବା ରାସ୍ତାରେ ଶ୍ରମିକମାନଙ୍କୁ ନେଇ ଟ୍ରକଟି ଔରୟିଆ ଠାରେ ଅନ୍ୟ ଏକ ଟ୍ରକକୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ସମସ୍ତେ ଶ୍ରମିକ । ଆହୁରି ୧୫ ଜଣ ଶ୍ରମିକ ଆହତ ହୋଇଥିଲେ ।  ଏହି ମର୍ମନ୍ତୁଦ ଦୁର୍ଘଟଣା ସଂପର୍କ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳକୁ ପହଂଚିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।