ଉନ୍ନାଓ ପୀତିତାଙ୍କ ରକ୍ତରେ ମାରାତ୍ମକ ଜୀବାଣୁ

ଉନ୍ନାଓ:ଲକ୍ଷ୍ନୌ କେଜିଏମୟୁରେ ଉନ୍ନାଓ ପୀଡିତାଙ୍କର କରାଯାଇଥିବା ରକ୍ତ ପରୀକ୍ଷାରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ପୀଡିତାଙ୍କ ରକ୍ତରେ ମାରାତ୍ମକ ଜୀବାଣୁ ଥିବା ଜଣା ପଡିଛି  । ଫଳରେ ତାଙ୍କୁ ଦିଆଯାଉଥିବା ୭ଟି ଆଂଟିବାୟୋଟିକରୁ ୬ଟି ପ୍ରଭାବହୀନ ହୋଇଯାଇଛି । ଏହି ରିପୋର୍ଟକୁ ବର୍ତମାନ ଏମସ୍ ପଠାଯାଇଛି ।

ରାୟବରେଲୀରେ ଏକ ସଡକ ଦୁର୍ଘଟଣାରେ ଗୁରୁତର ହୋଇଥିବା ପୀଡିତାଙ୍କୁ ଲକ୍ଷ୍ନୌର ଟ୍ରାମା ସେଂଟରରେ ଭର୍ତି କରାଯାଇଛି । ସେଠାରେ ଭାଂଟିଲେଟରରେ ତାଙ୍କର ଚିକିତ୍ସା ଚାଲିଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପୀଡିତାଙ୍କୁ ୫ ଅଗଷ୍ଟରେ ଦିଲ୍ଲୀ ଏମସକୁ ଅଣାଯାଇଥିଲା ।  ଟ୍ରାମା ସେଂଟରେର ଚିକିତ୍ସା ଚାଲୁଥିବା ବେଳେ ପୀଡିତାଙ୍କ ରକ୍ତ ପରୀକ୍ଷା କରାଯାଇଥିଲା  । ଯାହାର ରିପୋର୍ଟରେ ତାଙ୍କ ରକ୍ତରେ ମାରାତ୍ମକ ଜୀବାଣୁ ଥିବା ଜଣାପଡିଛି । ତେଣୁ ମେଡିସିନ ମଧ୍ୟ ପ୍ରଭାବହୀନ ହୋଇଯାଉଛି  ।