ଉନ୍ନାଓ ଗଣଦୁଷ୍କର୍ମ ମାମଲା: ୧୭ ସ୍ଥାନରେ ସିବିଆଇର ରେଡ୍

ଉନ୍ନାଓ:ଉନ୍ନାଓ ଗଣଦୁଷ୍କର୍ମ  ମାମଲାରେ ସିବିଆଇ ଉତରପ୍ରଦେଶର ୧୭ଟି ସ୍ଥାନରେ ଚଢାଉ କରିଛି । ଏହି ଅପରେସନ ଜାରି ରହିଥିବା ହେତୁ କେଉଁ ସ୍ଥାନରେ ରେଡ୍ ହୋଇଛି ସେନେଇ କିଛି ତଥ୍ୟ ଦିଆଯାଇ ନାହିଁ ।

ଗତ ୨୮ ତାରିଖରେ ରାୟବରେଲୀରେ ଉନ୍ନାଓ ପୀଡିତାଙ୍କ ଗାଡିକୁ ଏକ ଟ୍ରକ ଧକ୍କା ଦେଇଥିଲା । ଏଥିରେ ପୀଡିତାଙ୍କ ଦୁଇଜଣ ସମ୍ପର୍କୀୟ ପ୍ରାଣ ହରାଇଥିଲେ । ତାଙ୍କ ଓକିଲ ମଧ୍ୟ ଗୁରୁତର ଆହତ ହୋଇଥିଲେ । ପୀଡ଼ିତା ଏବେ ନିମୋନିଆ ଜ୍ୱରରେ ପୀଡ଼ିତ ଅଛନ୍ତି । ତାଙ୍କର ଚେତା ନାହିଁ । ଡାକ୍ତରୀ ଟିମ୍‌ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି । ଅନ୍ୟପକ୍ଷରେ ତାଙ୍କ ଓକିଲଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ।

ଗତ ୨୮ ଜୁଲାଇରେ ରାୟ ବରେଲୀରେ ଦୁର୍ଘଟଣାରେ ଗମ୍ଭୀର ଭାବରେ ଗୁରୁତର ହୋଇଥିବା ପୀଡ଼ିତା ଓ ତାଙ୍କ ଓକିଲଙ୍କୁ କେଜିଏମ୍‌ୟୁର ଟ୍ରମା ସେଣ୍ଟର୍‌ରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ଲଗାତର ଭେଣ୍ଟିଲେଟର୍‌ ଭିତରେ ରଖାଯାଇଛି । ଗତକାଲି ପୀଡ଼ିତାଙ୍କ ମୁଣ୍ଡରୁ ଜମାଟ ବାନ୍ଧିଥିବା ରକ୍ତକୁ ନଳୀ ଦ୍ୱାରା ବାହାର କରାଯାଇଥିଲା । ଏହା ପରେ ସେ ନିମୋନିଆ ପୀଡ଼ିତ ଅଛନ୍ତି । ଏହା ସହିତ ରକ୍ତଚାପରେ ମଧ୍ୟ ବାରମ୍ବାର ପରିବର୍ତ୍ତନ ଆସୁଛି । ନିମୋନିଆକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରାଯାଉଛି ବୋଲି ମେଡ଼ିକାଲର ମିଡ଼ିଆ ପ୍ରଭାରୀ ପ୍ରଫେସର ସନ୍ଦୀପ ତିୱାରୀ କହିଛନ୍ତି ।