ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍‌ଲକ୍ ୫.୦ ପାଇଁ ଗାଇଡଲାଇନ ଜାରି

ରାଜ୍ୟରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ସିନେମା ହଲ୍, ସ୍କୁଲ୍ ଓ ମନ୍ଦିରରେ ତାଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ଆଜି ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅନ୍‌ଲକ-୫.୦ ରେ ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମଠ, ମନ୍ଦିର, ସିନେମା ହଲ୍, ସ୍କୁଲ-କଲେଜ ଓ ଜିମ୍ ବନ୍ଦ ରହିବ।

-କଣ୍ଟେନମେଣ୍ଟ ଅଂଚଳରେ ଅକ୍ଟୋବର ୩୧ ଯାଏ ବଳବତ୍ତର ରହିବ ଲକ ଡାଉନ

-ରାଜ୍ୟରେ ବନ୍ଦ ରହିବ ସିନେମା ହଲ୍ ଏବଂ ସୁଇମିଂ ପୁଲ୍‌

-କେବଳ କ୍ରୀଡାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରହିବ

-ଅକ୍ଟୋବର ୩୧ ଯାଏଁ ଥିଏଟର ଓ ଅଡିଟୋରିୟମ ବନ୍ଦ ରହିବ

-ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟ ୩୧ ଯାଏଁ ବନ୍ଦ ରହିବ

-ଶିକ୍ଷାନୁଷ୍ଠାନରେ ଅନଲାଇନ ପାଠପଢା ପୂର୍ବ ପରି ଜାରି ରହିବ

-ସେଲୁନ, ସ୍ପା, ବ୍ୟୁଟିପାର୍ଲରରେ ପ୍ରତି ଗ୍ରାହକଙ୍କ ପାଇଁ ସାନିଟାଇଜ ବାଧ୍ୟତାମୂଳକ

-କୋଭିଡ କଟକଣା ଉଲ୍ଲଂଘନ କଲେ ଦୋକାନ ମାଲିକ ଦାୟୀ ରହିବେ

-ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି

-ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ

-ସର୍ବସାଧାରଣ ସ୍ଥାନରେ ପାନ, ଗୁଟଖା, ମଦ୍ୟପାନ କରିବା ନିଷେଧ

-ରାଜ୍ୟ ଭିତରେ ବା ରାଜ୍ୟ ବାହାରକୁ ଯା’ ଆସରେ କୌଣସି କଟକଣା ନାହିଁ

-ସାମାଜିକ, ରାଜନୈତିକ, କ୍ରୀଡା, ସାଂସ୍କୃତିକ, ଧାର୍ମିକ ସମାବେଶ ବନ୍ଦ

-ଉପନିର୍ବାଚନ ହେଉଥିବା ଅଂଚଳରେ ସମାବେଶ ଉପରେ କଟକଣା କୋହଳ

-ଖୋଲା ଜାଗାରେ ୧୦୦ ଲୋକଙ୍କୁ ନେଇ ହୋଇପାରିବ ସମାବେଶ

-ସମାବେଶରେ ମାସ୍କ, ସାମାଜିକ ଦୂରତା ବାଧ୍ୟତାମୂଳକ