ଅନଲକ୍ ୨.୦: ଜାଣନ୍ତୁ କ’ଣ ଖୋଲା ରହିବ ଏବଂ କ’ଣ ବନ୍ଦ

ନୂଆଦିଲ୍ଲୀ: କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଅନଲକ୍‌-୨ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି।   ଅନଲକ୍-୨ରେ କଣ ଖୋଲା ରହିବା କଣ ବନ୍ଦ ରହିବ କୁହାଯାଇଛି। ଅନଲକ୍‌ ୨ର ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ।

୧ – ସ୍କୁଲ, କଲେଜ୍, ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଏସବୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ।

୨ – ଏହି ସମୟରେ ଅନଲାଇନ୍‌ ପାଠ୍ୟକ୍ରମ ଜାରି ରହିବ।

୩ – ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣ ବନ୍ଦ ରହିବ।

୪ – ମେଟ୍ରୋ ଚଳାଚଳ ପୂର୍ବବତ୍ତ ବନ୍ଦ ରହିବ।

୫ – ଏହା ବ୍ୟତୀତ ସିନେମା ହଲ, ଜିମ୍, ସୁଇମିଂ ପୁଲ,  ମନୋରଞ୍ଜନ ପାର୍କ ଏସବୁ ପୂର୍ବଭଳି ବନ୍ଦ ରହିବ।

୬ – ସାମାଜିକ/ରାଜନୈତିକ/ଖେଳ/ ମନରୋଞ୍ଜନ/ ଶିକ୍ଷାନୁଷ୍ଠାନ/ସାଂସ୍କୃତିକ/ ଧାର୍ମିକ କାର୍ଯ୍ୟ ଓ ଅନ୍ୟ କାର୍ଯ୍ୟ କ୍ରମ ହୋଇ ପାରିବ।

୭ – କଣ୍ଟେମେଣ୍ଟ ଜୋନ୍ ବାହାରେ କେନ୍ଦ୍ର ଓ ରାଜ୍ୟର ପ୍ରଶିକ୍ଷଣ ସଂସ୍ଥାକୁ ଜୁଲାଇ ୧୫ରୁ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି।

ରାତ୍ରକାଳୀନ କର୍ଫ୍ୟୁ

୧ – ରାତିରେ କର୍ଫ୍ୟୁ ଜାରି ରହିବ, ମାତ୍ର ଆବଶ୍ୟକ ଗତିବିଧି ପାଇଁ ଅନୁମତି ଦିଆଯାଇଛି।

୨ – ଏବେ ରାତ୍ରକାଳୀନ କର୍ଫ୍ୟୁ ୧୦ଟାରୁ ସକାଳ ୫ଟା ଯାଏ ଜାରି ରହିବ।