ଅଜବ ଜୀବ ଭୟରେ ଘରୁ ବାହାରୁ ନାହାନ୍ତି ଲୋକେ , ମଣିଷ ପରି ମୁହଁ ବିଲେଇ ପରି ଚାଲି ବଡ ନଖ..

ରାଜସ୍ଥାନ : ମଣିଷ ପରି ମୁହଁ, ବିଲେଇ ଚାଲି , ବଡ ବଡ ନଖ ଏମିତି ଏକ ଭୟଙ୍କ ଅଜବ ଜୀବ ଭୟରେ ଲୋକେ ଘରୁ ବାହାରୁ ନାହାନ୍ତି । ଏମିତି କି ଏହି ଜୀବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେହି କେହି ଏହାକୁ ମିଛ ଓ ମନଗଢା ଫଟୋ କହୁଥିଲେ ବି ବାସ୍ତବରେ ଏହାର ଭୟ କିନ୍ତୁ ସେମାନଙ୍କ ଭିତରେ ରହିଛି । ଏ ଭଳି ଘଟଣା ଚର୍ଚ୍ଚାକୁ ଆସିଛି ରାଜସ୍ଥାନର ହନୁମାନଗଡରେ । ଏହି ଜୀବର ଭୟରେ ଲୋକେ ଘରୁ ବାହାରକୁ ଆସିବାକୁ ବି ସାହସ କରୁନଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଲୋକମାନଙ୍କ ମଧ୍ୟରେ ଏଭଳି ଭୟର ବାତାବରଣ ଦେଖି ବନବିଭାଗ ଏ ନେଇ ଫଟୋରେ ନଜର ଆସୁଥିବା ଜୀବର ସନ୍ଧାନରେ ଲାଗିଥିବା ବେଳେ ସେମାନଙ୍କୁ ଫଟୋରେ ଦେଖାଯାଉଥିବା ଜୀବର କୌଣସି ସନ୍ଧାନ ମିଳି ନ ଥିଲା । ପରେ ପ୍ରଚାର ହେଉଥିବା ଖବରଟି ମିଛ ବୋଲି ବନବିଭାଗ ଲୋକମାନଙ୍କୁ ଜଣାଇଥିବା ଖବର ମିଳିଛି । କେହି ଜଣେ ଲୋକମାନଙ୍କୁ ଡ଼ରାଇବା ପାଇଁ ଏଭଳି ଫଟୋ ସେୟାର କରିଥିବା କହିଛି ବନ ବିଭାଗ । ଯିଏ ଏହି ମିଥ୍ୟା ଖବର ପ୍ରଚାର କରିଛି ତା’ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ଏ ନେଇ ପୁଲିସରେ ମଧ୍ୟ ଅଭିଯୋଗ କରାଯାଇଥିବା ବେଳେ ଏ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

(ଫଟୋ ସୈଜନ୍ୟ ଭାସ୍କର ଡଟ କମ)