ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କୋରୋନା ପଜିଟିଭ

ଇଂଲଣ୍ଡ: ବ୍ରିଟେନ ପ୍ରଧାନମନ୍ତ୍ରୀ କୋରୋନା ସଂକ୍ରମିତ । ବିଟ୍ରେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କୋରୋନା ରିପୋର୍ଟ ପଜିଟିଭ । କୋରୋନା ଭାଇରସ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ସେ ସେଲ୍ପ ଆଇସୋଲେସନରେ ରହିଛନ୍ତି ।

ଜନସନଙ୍କର ସାମାନ୍ୟ ଲକ୍ଷଣ ରହିଛି । ଇଂଲଣ୍ଡର ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫେସର କ୍ରିସ୍ ୱିଟିଙ୍କ ବ୍ୟକ୍ତିଗତ ପରାମର୍ଶରେ ତାଙ୍କୁ କୋରୋନାଭାଇରସ୍ ପରୀକ୍ଷା କରିଥିଲେ ।କୋରୋନା ପଜଟିଭ ରିପୋର୍ଟ ଆସିବା ପରେ ବୋରିସ କହିଛନ୍ତି ଯେ, ଏଭଳି ସଙ୍କଟ ମୟ ସ୍ଥିତିରେ ସେ ସମସ୍ତ ପ୍ରକାର ପଦକ୍ଷେପ ନେବା ସହ ଦେଶବାସୀଙ୍କ ପାଇଁ କାର‌୍ୟ୍ୟରତ ରହିବେ ।