ପଶ୍ଚିମବଙ୍ଗ ଚାହୁଁଛି ଡବଲ ଇଞ୍ଜିନର ସରକାର – ଧର୍ମେନ୍ଦ୍ର ପ୍ରଧାନ

ପଶ୍ଚିମବଙ୍ଗରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ନିର୍ବାଚନ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ନନ୍ଦିଗ୍ରାମ ନିର୍ବାଚନ ମଣ୍ଡଳିରେ ମଙ୍ଗଳବାର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଦଳୀୟ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ, ବିଜେପି ନେତା ମିଥୁନ ଚକ୍ରବର୍ତୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାରାଥନ ନିର୍ବାଚନ ପ୍ରଚାର କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନନ୍ଦିଗ୍ରାମର ଦଳୀୟ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଭୋଟ ନିବେଦନ କରିବା ସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଟ୍ଟୁ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ।

 ମିଥୁନ ଚକ୍ରବର୍ତୀଙ୍କ ସହ ଦଳୀୟ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ କଲେ ମାରାଥନ ପ୍ରଚାର
 ମମତା ଦିଦିଙ୍କୁ ପରାଜୟର ଭୟ ଘାରିଛି
ଶ୍ରୀ ପ୍ରଧାନ କହିଛନ୍ତି ଯେ ମମତା ବାନାର୍ଜୀ ନିଜର ମାନସିକ ସନ୍ତୁଳନ ହରାଇ ବସିଛନ୍ତି । ନନ୍ଦିଗ୍ରାମର ଲୋକମାନଙ୍କ ନକରାତ୍ମକ ପ୍ରତିକ୍ରିୟା ମିଳୁଥିବା କାରଣରୁ ମମତା ଦିଦି ନିରାଶ ହୋଇଛନ୍ତି । ଏଥିରେ ବିଚଳିତ ହୋଇ କିଛି ବି କହୁଛନ୍ତି । ଜଣେ ବୃଦ୍ଧ ମହିଳାଙ୍କୁ ଟିଏମସିର କର୍ମୀମାନେ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ମମତା ବାନାର୍ଜୀ ସମବେଦନା ଜଣାଇବା ବଦଳରେ କଟାକ୍ଷ କରୁଛନ୍ତି । ଏହାସହ ନିଜ ଦାୟିତ୍ୱରୁ ମଧ୍ୟ ଓହରି ଯାଉଛନ୍ତି । ମମତା ଦିଦିଙ୍କୁ ପରାଜୟର ଭୟ ଘାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ପଶ୍ଚିମବଙ୍ଗରେ ତୃଣମୂଳ ସରକାରରେ ହିଂସା, ଭ୍ରଷ୍ଟାଚାର, ସାଂସ୍କୃତିକ ବିଭାଜନ ଦୈନନ୍ଦିନ ବ୍ୟାପାରରେ ପରିଣତ ହୋଇଛି । ଦୀର୍ଘ ୧୦ ବର୍ଷ ଧରି ମମତା ଦିଦି ପଶ୍ଚିମବଙ୍ଗ ସହ କେବଳ ଛଳନା କରି ନିର୍ଯ୍ୟାତନା ଦେଇନାହାନ୍ତି ବରଂ ରାଜ୍ୟକୁ ଖୋଳ କରିବାର ଜାଲ ବୁଣିଛନ୍ତି । ପଶ୍ଚିମବଙ୍ଗର ମାନ ସମ୍ମାନକୁ ବାଜିରେ ଲଗାଯାଉଛି । ବିଜେପିକୁ ଜିତାଇ ବର୍ତମାନ ପଶ୍ଚିମବଙ୍ଗ ଡବଲ ଇଞ୍ଜିନର ସରକାର ଚାହୁଁଛି । ନନ୍ଦିଗ୍ରାମରେ ବିଜେପି ଶୋଭାଯାତ୍ରାରେ ହେଉଥିବା ବିଶାଳ ଜନସମାଗମ ଏହାର ପ୍ରମାଣ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ନନ୍ଦୀଗ୍ରାମ ଅପମାନର ପ୍ରତିଶୋଧ ନେବା ପାଇଁ ଜନସାଧାରଣ ପରିବର୍ତନ କରିବାକୁ ସ୍ଥିର କରିଛନ୍ତି । ପଶ୍ଚିମବଙ୍ଗରେ ମମତା ଦିଦିଙ୍କ ଶାସନରେ ରାଜ୍ୟରେ ଦୁର୍ନୀତି, ଲୁଟ, କଟମନୀ ଓ ଅତ୍ୟାଚାର ବୃଦ୍ଧି ପାଇଛି । ଗୋଟିଏ ପଟେ ସାରା ଭାରତବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ବିକାଶ ତଥା ରୋଜଗାର ପାଇଁ ଉଦ୍ୟୋଗ, କୃଷକ ସମ୍ମାନ ନିଧିରେ ଚାଷୀଙ୍କୁ ଆର୍ଥିକ ସହାୟତା, ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ପରିବାରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତମ ଚିକିତ୍ସା ଯୋଗାଇବା ପାଇଁ ପ୍ରତିଶ୍ର ୁତିବଦ୍ଧ । ମାତ୍ର ମମତା ଦିଦିଙ୍କ ଶାସନରେ ଏହି ସବୁ ସୁବିଧାରୁ ପଶ୍ଚିମବଙ୍ଗବାସୀ ବଂଚିତ ଅଛନ୍ତି । ଏଥର ପଶ୍ଚିମବଙ୍ଗରେ ବିଜେପିର ବିଜୟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।