ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଓଡ଼ିଶା ଜଣେ ଦକ୍ଷ ରାଜନେତାଙ୍କୁ ହରାଇଲା - ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର :  ବାଲେଶ୍ୱରର ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ଅରୁଣ ଦେ’ଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଶୋକବର୍ତାରେ କହିଛନ୍ତି “ବାଲେଶ୍ୱରର ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ଅରୁଣ ଦେ’ଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ବିୟୋଗରେ କେବଳ ବାଲେଶ୍ୱର ନୁହେଁ ବରଂ ସମଗ୍ର ଓଡ଼ିଶା ଜଣେ ଦକ୍ଷ ରାଜନେତାଙ୍କୁ ହରାଇଲା । ବିଧାୟକ ଥିବା ସମୟରେ ସ୍ୱର୍ଗତ ଦେ’ଙ୍କ ବିଧାନସଭାରେ ଜନତାଙ୍କ ସ୍ୱାର୍ଥଭିତିକ ଆଭିମୁଖ୍ୟ ନେଇ ଆଲୋଚନା ବେଶ୍ ପ୍ରାସଙ୍ଗିକ ଥିଲା” ।

 ବିଧାନସଭାରେ ଜନତାଙ୍କ ସ୍ୱାର୍ଥଭିତିକ ଆଭିମୁଖ୍ୟ ନେଇ ତାଙ୍କ ଆଲୋଚନା ବେଶ୍ ପ୍ରାସଙ୍ଗିକ ଥିଲା”

“ଲମ୍ବା ସମୟର ଜନପ୍ରତିନିଧି ଭାବରେ ସେ ଲୋକଙ୍କ ପାଇଁ କରିଥିବା କାମ ସର୍ବଦା ସ୍ମରଣୀୟ ହୋଇ ରହିବ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି” ।