ଜୁନ୍ ୧ରୁ ଦେଶରେ ଏକ ରାଶନକାର୍ଡ ଲାଗୁ

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ରୁ ଦେଶରେ ଏକ ଦେଶ ଏକ ରାଶନକାର୍ଡ ନିୟମ ଲାଗୁ ହେବ । ଏ ନେଇ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ର ରାମବିଳାସ ପାସୱାନ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଏହି ଯୋଜନା ଅନୁସାରେ ରାଶନକାର୍ଡକୁ ଦେଶରେ ଯେକୌଣସି ସ୍ଥାନରେ ବ୍ୟବହାର କରାଯାଇପାରିବ । ଜୁନ ୧ରୁ ଏହି ଯୋଜନା ସମଗ୍ର ଦେଶରେ ଲାଗୁ ହେବ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ଗତ ବର୍ଷ କେନ୍ଦ୍ରୀୟ ମନ୍ତ୍ରୀ ‘ଏକ ଦେଶ ଏକ ରାଶନକାର୍ଡ’ ଯୋଜନାକୁ ପାଇଲଟ ପ୍ରକଳ୍ପ ଭାବେ ୪ଟି ରାଜ୍ୟରେ ଲାଗୁ କରିଥିଲେ । ଏହି ନିୟମ ଆଧାରରେ ଯୋଜନାକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟ୍ରରେ ଲାଗୁ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ପାସୱାନ ଏହାକୁ ଅନଲାଇନ ଜରିଆରେ ଉଦଘାଟନ କରିଥିଲେ । ସେହି ସମୟରେ ପାସୱାନ କହିଥିଲେ ଯେ, ପାଇଲଟ ପ୍ରକଳ୍ପ ସଫଳ ରହିଲେ ଯୋଜନାକୁ ଦେଶବ୍ୟାପୀ ଲାଗୁ କରାଯିବ । ଏହି ଯୋଜନାରେ ରାଶନକାର୍ଡ ସମଗ୍ର ଦେଶରେ ମାନ୍ୟତାଲାଭ କରିପାରିବ ।