କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ କରୋନା

ନୂଆଦିଲ୍ଲୀ: କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେ ବୁଧବାର ଟ୍ୱିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ତାଙ୍କ ଦେହରେ କରୋନା ଜନିିତ କିଛି ଲକ୍ଷଣ ନାହିଁ । ସେ ଏବେ ହୋମ୍‌ କ୍ୱାରେଣ୍ଟାଇନରେ ଅଛନ୍ତି । ଗତ କିଛି ସପ୍ତାହ ଭିତରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା କର୍ଣ୍ଣାଟକର କିଛି ତୁଙ୍ଗ ରାଜନେତାଙ୍କ ଭିତରେ ଏବେ ଯୋଶୀ ସାମିଲ ହୋଇଛନ୍ତି । ସେ କର୍ଣ୍ଣାଟକର ଧାରୱାଡ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।