ଓଡ଼ିଶା ଓ କଳାହାଣ୍ଡିକୁ ନୂଆ ପରିଚୟ ଦେଇଛି ‘ବଜାସାଲ’ ଲୋକନୃତ୍ୟ – ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀରେ କଳାହାଣ୍ଡିର ‘ବଜାସାଲ’ କଳାକାରଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ଓଡ଼ିଶା କଳାହାଣ୍ଡି ଜିଲ୍ଲାର ଗୌରବମୟ ଲୋକନୃତ୍ୟ ‘ବଜାସାଲ’ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ର କଳାକାରଙ୍କୁ ବୁଧବାର ନୂଆଦିଲ୍ଲୀରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ସ୍ୱର୍ଣ୍ଣିମ ଐତିହ୍ୟ, ପରମ୍ପରା ଓ ସଂସ୍କୃତି ଭରା ଲୋକନୃତ୍ୟ ରାଜପଥରେ ପ୍ରଦର୍ଶନ କରି ଏହି ପ୍ରତିଭାବାନ କଳାକାରମାନେ ବିଶ୍ୱ ଦରବାରରେ ଓଡ଼ିଶାକୁ ଗୌରବାନ୍ୱିତ
କରିଥିବା ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ।

 ବିଶ୍ୱ ଦରବାରରେ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି କଳାହାଣ୍ଡିର ପ୍ରତିଭାବାନ କଳାକାର

ଶ୍ରୀ ପ୍ରଧାନ କହିଛନ୍ତି ଯେ କଳାହାଣ୍ଡି ସଂସ୍କୃତି ସମ୍ପନ୍ନ ଜିଲ୍ଲା । କଳାହାଣ୍ଡିରେ ଅନେକ ପ୍ରତିଭା, କ୍ଷମତାସମ୍ପନ୍ନ ଲୋକମାନେ ଅଛନ୍ତି । ‘ବଜାସାଲ’ ଆମ ରାଜ୍ୟ ଓଡ଼ିଶା ଓ କଳାହାଣ୍ଡି ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିଛି । ଆଗକୁ ସଂସ୍କୃତିସମ୍ପନ୍ନ କଳାହାଣ୍ଡି ଜିଲ୍ଲାର ଏହି କଳାକାରମାନେ ବିଦେଶରେ ନାଁ କରନ୍ତୁ । ବଜାସାଲ ନୃତ୍ୟ ପାରମ୍ପରିକ ପୋଷାକର କୌଣସି ତୁଳନା ନାହିଁ । ଏହି ନୃତ୍ୟରେ ଅନେକ ବାର୍ତା ରହିଛି ବୋଲି ସେ କହିଛନ୍ତି ।

Union Minister meets Bajasa Artists at NewDelhi