୨୦୦କୋଟି ବ୍ୟୟରେ ରାଉଲକେଲାରେ ହେବ ଟୁଲରୁମ୍ ଟ୍ରେନିଂ ସେଂଟର

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର: ଓଡ଼ିଶାର ରାଉରକେଲାରେ ହେବ ଟୁଲରୁମ ଟ୍ରେନିଂ ସେଂଟର । ୨୦୦କୋଟି ଟଙ୍କା ଖର୍ଚ୍ଚ କରିବା ସହ କେନ୍ଦ୍ର ସରକାର ଜମି ମଧ୍ୟ ଯୋଗାଇ ଦେବେ । ରାଜ୍ୟର ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ବରରେ ହେବ ଏକ୍ସଟେନସନ ସେଣ୍ଟର। ପ୍ରତ୍ୟେକ ସେଂଟର ପାଇଁ ଖର୍ଚ୍ଚ ହେବ ୨୦ କୋଟି। ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

କେବଳ ସେତିକି ନୁହେଁ ସାରା ଭାରତରେ ହେବ ୨୨୬ଟି ଏମଏସଏମଇ କ୍ଲଷ୍ଟର । ସେହି ପରିପ୍ରେକ୍ଷୀରେ ଓଡ଼ିଶାରେ ହେବ ୪୫ଟି କ୍ଲଷ୍ଟର। ସେହିଭଳି ଉପକୂଳ ଜିଲ୍ଲାରେ ଅବ୍ୟବହୃତ ହୋଇ ପଡ଼ିଥିବା ପ୍ରାୟ ୬୭୦୦ ଏକର ଜମିରେ ମାଛ ଚାଷ କରିବାକୁ ଯୋଜନା ରହିଛି। ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ।

କେଜ କଲଚର ଜରିଆରେ ମାଛ ଚାଷ ନେଇ ଯୋଜନା ହେଉଛି। ଆସନ୍ତା ୧୪ ତାରିଖରେ ବାଲେଶ୍ବରରେ ଏନେଇ ଏକ କର୍ମଶାଳା ହେବ। ଖୁବ ଶୀଘ୍ର ଏମଏସଏମଇ ସଚିବ ରାଜ୍ୟରେ ବିଭାଗ କଣ କରୁଛି, ଆଗକୁ କଣ କରିବାର ଯୋଜନା ରହିଛି ସେ ବାବଦରେ ରିପୋର୍ଟ ଦେବେ ।