ଗୁଜୁରାଟର ହାଜରାରୁ ପାରାଦୀପକୁ ଜାହାଜରେ ଆସିବ ଇଣ୍ଡିଆନ୍ ଅଏଲର ଏମଇଜି ପ୍ରକଳ୍ପ ପାଇଁ ଗୁରୁତ୍ୱପୂର୍ଣ୍ଣ ଉପକରଣ – ଧର୍ମେନ୍ଦ୍ର ପ୍ରଧାନ
ପାରାଦୀପ ସ୍ଥିତ ଏମଇଜି ପ୍ରକଳ୍ପ ପାଇଁ ହାଜରାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଗୁଜୁରାଟର ହାଜରା ଠାରୁ ଇଣ୍ଡିଆନ ଅଏଲର ବୃହତ ଏମଇଜି(ମୋନୋ ଏଥିଲିନ ଗ୍ଲାଇକୋଲ) ପ୍ଲାଂଟ୍ ପାଇଁ ପାରାଦୀପ ପର୍ଯ୍ୟନ୍ତ ଜାହାଜ ଯୋଗେ ଗୁରୁତ୍ୱପୂର୍ଣ୍ଣ ଉପକରଣ(କ୍ରିଟିକାଲ୍ ଇକ୍ୟୁଇପମେଂଟ୍) ପଠାଇବାର ଫ୍ଲାଗ୍ ଅଫ୍ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଉପକରଣ ଗୁଡ଼ିକ ହେଉଛି ଏଥିଲିନ୍ ଅକ୍ସାଇଡ୍ ରିଆକ୍ଟର, ୱାଶୱାର୍ ଏବଂ ଡିଥାଇଲେନାଇଜର । ଏହି ସାମଗ୍ରୀର ଯୋଗାଣ ସହିତ ପାରାଦୀପ ଏମଇଜି ପ୍ରକଳ୍ପ ଏହାର କାର୍ଯ୍ୟକ୍ଷମ ହେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ତଥା ଓଡ଼ିଶା ଏବଂ ଏହାର ପଡୋଶୀ ରାଜ୍ୟଗୁଡିକର ଆର୍ôଥକ ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ
କରିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦୂରଦୃଷ୍ଟି ହାସଲ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଏହି ପ୍ରକଳ୍ପ ଓଡ଼ିଶାର ଡ଼ାଉନଷ୍ଟ୍ରିମ ଶିଳ୍ପର ବିକାଶ ପାଇଁ ଉତ୍ପେରକ ସଦୃଶ । ଏଲ୍ ଏବଂ ଟିର ଉତ୍ପାଦନ କ୍ଷମତାକୁ ପ୍ରଶଂସା କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱସ୍ତରୀୟ ରିଆକ୍ଟର ଉତ୍ପାଦନ କରିବା ଦିଗରେ ଏଲ୍ ଏବଂ ଟିର ହାଜିରା ୟୁନିଟ୍ ମେକ୍ ଇନ୍ ଇଣ୍ଡିଆ ପାଇଁ ଏକ ମିଶନକୁ ଗତି ଦେଉଅଛି । ଟେକ୍ସଟାଇଲ, ଗାର୍ମେଂଟ୍ସ ଏବଂ ପ୍ୟାକେଜିଂ ଶିଳ୍ପ ଗୁଡ଼ିକ ଏମଇଜି ଚାହିଦାକୁ ଆଗକୁ ନେଇଥାଏ ଏବଂ ଭାରତ ହେଉଛି ଏମଇଜି ନେଟର ଆମଦାନୀକାରୀ । ପାରାଦୀପରେ ଇଣ୍ଡିଆନ୍ ଅଏଲର ଆଗାମୀ ଏମଇଜି ପ୍ଲାଂଟରୁ ସମ୍ପୂର୍ଣ୍ଣ ଉତ୍ପାଦନ ଘରୋଇ ଭାବରେ ଖର୍ଚ୍ଚ ହେବ ବୋଲି ଆଶା କରାଯାଉଛି । ପାରାଦୀପ କାରଖାନା ମଧ୍ୟ ଓଡିଶାର ଭଦ୍ରକ ଏବଂ ଧାମରା ଠାରେ ପ୍ରସ୍ତାବିତ ଟେକ୍ସଟାଇଲ୍ ପାର୍କ ପାଇଁ ସମ୍ପୂର୍ଣ୍ଣ ଏମଇଜି ଆବଶ୍ୟକତାକୁ ପୂରଣ କରିବ । ଏହା ପୂର୍ବ ଭାରତର ଟେକ୍ସଟାଇଲ ଶିଳ୍ପକୁ ଯଥେଷ୍ଟ ପ୍ରୋତ୍ସାହନ ଦେବ । ସ୍ଥାନୀୟ ଅର୍ଥନୀତିରେ ଏହି ପ୍ରକଳ୍ପର ସୁପ୍ରଭାବ ଉପରେ ବର୍ଣ୍ଣନା କରି ଶ୍ରୀ ପ୍ରଧାନ କହିଛନ୍ତି, “ଟେକ୍ସଟାଇଲ୍ ୟୁନିଟ୍ ବିକଶିତ କରିବା ପାଇଁ ଓଡ଼ିଶାରେ ପ୍ରଚୁର କୁଶଳୀ ବୈଷୟିକ ମାନବସମ୍ବଳ ରହିଛି । କାରଣ ଓଡ଼ିଶାର ପ୍ରାୟ ୫ ଲକ୍ଷ ଲୋକ ଗୁଜୁରାଟର ସୁରଟରେ ଏହି ସମାନ ଶିଳ୍ପକୁ ଚଳାଉଛନ୍ତି । ତେଣୁ ପାରାଦୀପରେ ଏମଇଜି ପ୍ରକଳ୍ପର କାର୍ଯ୍ୟକ୍ଷମ ଏବଂ ପଲିଷ୍ଟର ସୂତା ୟୁନିଟ୍ ସହ ଏହି ପରିଶ୍ରମୀ ମାନବସମ୍ବଳ ଭଦ୍ରକ ଟେକ୍ସଟାଇଲ ପାର୍କର ଡ଼ାଉନଷ୍ଟ୍ରିମ ୟୁନିଟ ଏବଂ ଓଡ଼ିଶାର ଧାମରା ଠାରେ ପ୍ରସ୍ତାବିତ ସର୍ବବୃହତ ଟେକ୍ସଟାଇଲ୍ ପାର୍କରେ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ । ଭଦ୍ରକ ଟେକ୍ସଟାଇଲ ୟୁନିଟରେ ପ୍ରାୟ ୨ ହଜାର ଲୋକ ଏବଂ ଭଦ୍ରକ ଟେକ୍ସଟାଇଲ ପାର୍କର ଆନୁଷଙ୍ଗିକ ଶିଳ୍ପ ସଂସ୍ଥାରେ ଚାକିରି କରିବାର ସୁଯୋଗ ପାଇବେ । ସେହିପରି ପାରାଦୀପରୁ ଓଡ଼ିଶାର ଧାମରା ଠାରେ ପ୍ରସ୍ତାବିତ ଟେକ୍ସଟାଇଲ ପାର୍କକୁ ଏମଇଜି ତଥା କଂଚାମାଲ ଆସି ଅନୁରୂପ ଭାବେ ଏହି ୟୁନିଟକୁ ପ୍ରୋତ୍ସାହନ ଦେବ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଅତିରିକ୍ତ ୨୦ ହଜାର ନିଯୁକ୍ତି ସୃଷ୍ଟି କରିବ ବୋଲି ଆକଳନ କରାଯାଇଛି ।
୨୦୨୧ ଶେଷ ସୁଦ୍ଧା ୫ ହଜାର ୬୫୪ କୋଟି ପୁଞ୍ଜିନିବେଶରେ ପାରାଦୀପ ରିଫାଇନାରୀରେ ଏମଇଜି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ
ପାରାଦୀପର ଇଣ୍ଡିଆନ୍ ଅଏଲର ଏମଇଜି ପ୍ରକଳ୍ପ ଓଡିଶାର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ
ଓଡିଶାରେ ଡାଉନଷ୍ଟ୍ରିମ ଶିଳ୍ପକୁ ବିକଶିତ କରିବା ଲକ୍ଷ୍ୟ
ଓଡିଶାର ଭଦ୍ରକ ଏବଂ ଧାମରା ଠାରେ ପ୍ରସ୍ତାବିତ ଟେକ୍ସଟାଇଲ୍ ପାର୍କ ପାଇଁ ସମ୍ପୂର୍ଣ୍ଣ କଂଚାମାଲର ଆବଶ୍ୟକତାକୁ ପୂରଣ କରିବ
ପୂର୍ବ ଭାରତର ଟେକ୍ସଟାଇଲ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ଯୋଜନା
ବିଗତ ୫ ବର୍ଷରେ ଓଡ଼ିଶାରେ ୪୧ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରିଛି ଇଣ୍ଡିଆନ ଅଏଲ
ସୂଚନାଯୋଗ୍ୟ, ପଲିଏଥିଲିନ ଟେରେପାଥେଲେଟ୍(ପିଇଟି), ପଲିଷ୍ଟର ଷ୍ଟାପଲ ଫାଇବର(ପିଏସଏଫ), ପଲିଷ୍ଟର ଫିଲାମେଂଟୟାର୍ଣ୍ଣ (ପିଏଫୱାଇ) ଏବଂ ଅନ୍ୟାନ୍ୟ ସମାନ ଉତ୍ପାଦର ଉତ୍ପାଦନ ପାଇଁ ମୋନୋ ଏଥିଲିନ ଗ୍ଲାଇକୋଲ ତଥା ଏମଇଜି କଂଚାମାଲ ଭାବରେ ବ୍ୟବହୃତ ହୁଏ । ପାରାଦୀପ ସ୍ଥିତ ଇଣ୍ଡିଆନ ଅଏଲର ଏଥିଲିନ ଗ୍ଲାଇକୋଲ ପ୍ରକଳ୍ପ, ଯେଉଁଥିରେ ବାର୍ଷିକ କ୍ଷମତା ୧୮୦ କିଲୋ ଟନ୍ ଏଥିନିଲ ରିକୋଭରି ୟୁନିଟ୍(ଇଆରୟୁ) ଏବଂ ବାର୍ଷିକ କ୍ଷମତା ୩୫୭ ଏଥିନିଲ ଗ୍ଲିକୋଲ ୟୁନିଟ୍(ଇଜିୟୁ) ରହିଥିବା ବେଳେ ଏଠାରୁ ବାର୍ଷିକ ୩୩୨ କିଲୋ ଟନ୍ ଏମଇଜି ଉତ୍ପାଦନ କରି ବୋଲି ଆଶା କରାଯାଉଛି । ୫ ହଜାର ୬୫୪ କୋଟି ଟଙ୍କା ପୁଞ୍ଜିନିବେଶରେ ଇଣ୍ଡିଆନ ଅଏଲର ପାରାଦୀପ ରିଫାଇନାରୀରେ ଏହି ପ୍ରକଳ୍ପ ଅକ୍ଟୋବର, ୨୦୨୧ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି । ବିଗତ ୫ ବର୍ଷରେ ଓଡ଼ିଶାରେ ୪୧ ହଜାର କୋଟି ଟଙ୍କା ଇଣ୍ଡିଆନ ଅଏଲ ପୁଞ୍ଜିନିବେଶ କରିଛି ବୋଲି ସେ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ ଅଏଲର ଚେୟାରମ୍ୟାନ ଶ୍ରୀ ଏସ ଏମ ବୈଦ୍ୟ, ଲାର୍ସେନ ଓ ଟୁର୍ବୋର ସିଇଓ ଏବଂ ଏମଡ଼ି ଶ୍ରୀ ଏସଏନ ସୁବ୍ରମଣ୍ୟନ, ଲର୍ସେନ ଓ ଟୁର୍ବୋର ନିର୍ଦ୍ଦେଶକ ସୁବ୍ରମଣିୟନ ଶର୍ମା ତଥା ଇଣ୍ଡିଆନ ଅଏଲ, ଲର୍ସେନ ଏବଂ ଟୁର୍ବୋର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏଠାରେ ଉପସ୍ଥିତ ରହିଥିଲେ ।
Union Minister flags off critical equipment for Indian Oil’s MEG Project in Paradip