ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉତ୍ତର; କୌଣସି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନେଇ କୌଣସି ବ୍ୟବସ୍ଥା ନାହିଁ

ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋଦୀ ସରକାରଙ୍କ ବିରୋଧରେ ଯାହା ଯାହା ଅଭିଯୋଗ ବାଢିଥିଲେ ଆଜି ପ୍ରେସ ମିଟ୍ କରି ତାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ‘ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ଘୋଷଣା କରିବାକୁ ସେ ଦୁଇ ଦୁଇ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି ହେଲେ କେନ୍ଦ୍ର ସରକାର ଶୁଣିନାହାଁନ୍ତି ।

‘କେବଳ ଏତିକି ନୁହେଁ ୨୦୧୫ ଏପ୍ରିଲରେ ନବକଳେବର ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ୫୦ କୋଟି ଟଙ୍କା ରାଜ୍ୟ ଟ୍ରେଜେରୀରେ ଜମା କରିଦେଇଥିଲେ । ଏହା ତାଙ୍କର ମହାପ୍ରଭୁଙ୍କ ପ୍ରତି ଏକ ସେବା ବୋଲି କହିଥିଲେ । ଏହା ପରେ ବି ମୁଖ୍ୟମନ୍ତ୍ରୀ ମୋଦୀଙ୍କର ଓଡିଶା ପ୍ରତି ପ୍ରତିବଦ୍ଧତା ନାହଁ ବୋଲି କହୁଛନ୍ତି ଏହା ବାସ୍ତବରେ ଲଜ୍ଜାଜନକ କଥା’ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ନବୀନ କ’ଣ କହିଛନ୍ତି:

-ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବା ପରେ ବି ପ୍ରଧାନମନ୍ତ୍ରୀ ଓଡ଼ିଆ ଭାଷାକୁ ଭୁଲିଗଲେ

-ସଂସ୍କୃତ ଭାଷାକୁ ୧ ହଜାର କୋଟି, ଓଡ଼ିଆ ଭାଷାକୁ ଶୂନ

-ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଦୁଇଥର ପ୍ରସ୍ତାବ ଦିଆଯାଇଛି, ହେଲେ ଆପଣ ଏହାକୁ ଖାରଜ କରିଦେଲେ 

-ଭାରତରତ୍ନ ପ୍ରଦାନ ବେଳେ ଓଡ଼ିଶାର ବୀରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଭୁଲିଗଲେ

-ଏମଏସପି ଦୁଇଗୁଣା ଆଡ଼େଇ ଗଲ?

-କୋଷ୍ଟାଲ ହାଇୱେ କୁଆଡେ ଗଲା?

-କୋଇଲା ରୟାଲିଟି ବଢ଼ାଇବା କଥାକୁ ଆଡ଼େଇ ଗଲ?

-୨ କୋଟି ନିଯୁକ୍ତି, ଏଲପିଜି, ପେଟ୍ରୋଲ, ଡିଜେଲ ଦର କମାଇବା, ମୋବାଇଲ ସଂଯୋଗ ବଢ଼ାଇବା

-ଜିଏସଟି ଛାଡ଼ କରିବା ଭୁଲିଗଲେ

-ଜୁନ ୧୦ ନୁହେଁ ୧୦ ବର୍ଷ ପରେ ବି ବିଜେପି ଓଡ଼ିଆ ଲୋକଙ୍କ ହୃଦୟ ଜିତିପାରିବନି

ଧର୍ମେନ୍ଦ୍ର କ’ଣ କହିଛନ୍ତି:

-ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଶିକ୍ଷା ବିଭାଗ ୨୦୧୪ରେ ଜାଗା ମାଗିଥିଲା

-୨୦୧୯ ମସିହାରେ କେବଳ ଗୋଟିଏ ଘର ମିଳିଲା

-୩୦ କୋଟି ଟଙ୍କା ଅନୁଦାନ ଦିଆଯାଇଛି

-ୟୁଜିସି ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରକାଶ କରାଯାଇଛି

-ବିଭିନ୍ନ ଓଡି଼ଆ ଭାଷାର ବର୍ଣ୍ଣୋବଧ ପ୍ରକାଶ ପାଇଛି

-ଓଡ଼ିଶୀ ଗୀତକୁ ସାଂସୃତିକ ଗୀତ ଭାବେ ମାନ୍ୟତା ଦେବାକୁ ପ୍ରସ୍ତାବ

-ଖାରଜ କରିଦେଇଛନ୍ତି ରାଜ୍ୟ ସରକାର

-ଯେଉଁମାନେ ସିଏମଓରେ ଅଛନ୍ତି ସେମାନେ ଓଡ଼ିଶାକୁ ଜାଣିନାହାନ୍ତି

-ଓଡ଼ିଶା ପ୍ରତି ପ୍ରତିବଦ୍ଧତା ଦେଖାଇସାରିଛନ୍ତି ପ୍ରଧାନମନ୍ତ୍ରୀ

-୨୦୧୫ ଏପ୍ରିଲ ୧ରେ ମୋଦୀ ରାଉରକେଲାରେ ଉକ୍ରଳ ଦିବସ ପାଳନ କରିଥିଲେ

-ନବକଳେବର ପାଇଁ ୩୧ ମାର୍ଚ୍ଚରେ ଓଡ଼ିଶା ଟ୍ରେଜେରୀକୁ ୫୦ କୋଟି ଟଙ୍କା ପଠାଇଥିଲେ

-ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ୪୯ ଜଣ ଓଡି଼ଆ ବ୍ୟକ୍ତି ପଦ୍ମ ପୁରସ୍କାରରେ ସମ୍ମାନିତ

-ଓଡି଼ଶାର କୋଣ ଅନୁକୋଣରେ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇଛି

-ଜି-୨୦ ସମ୍ମିଳନୀରେ ଓଡ଼ିଆ ସଂସ୍କୃତିକୁ ରଖଯାଇଥିଲା

-ଏହାସତ୍ୱେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଆ ଭାଷାର ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଉଛନ୍ତି

-କୋଷ୍ଟାଲ ହାଇୱେରେ ରାଜ୍ୟ ସରକାର ଅଡୁଆ ସୃଷ୍ଟି କରିଛନ୍ତି

-ଦୁଇ ପରାମର୍ଶଦାତାଙ୍କୁ କୋଷ୍ଟାଲ ହାଇୱେ ବାବଦରେ ପଚାରନ୍ତୁ

-ଛତିଶଗଡ ଭଳି ଓଡି଼ଶାରେ ୩୧ ଶହ ଟଙ୍କା ଏମଏସପି ଦେବୁ

୧୦ ବର୍ଷ ସରକାରରେ ପୂର୍ବ ୧୦ ବର୍ଷ ତୁଳନାରେ ଅଧିକରୁ ଅଧିକ ଧାନ କିଣାଯାଇଛି

ମୁଖ୍ୟମନ୍ତ୍ରୀଙ୍କ ପାଖରେ ନୈତକତା ନାହିଁ, ଈର୍ଷା ରହିଛି