ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଭାରତବର୍ଷର ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବ : ଧର୍ମେନ୍ଦ୍ର ପ୍ରଧାନ

ମୋଦି ସରକାରଙ୍କ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ନାଗରିକଙ୍କୁ କୋଭିଡ୍ ଟିକା ନିଷ୍ପତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଆସନ୍ତା ମଇ ୧ ରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ଦେବାର ନିଷ୍ପତି କୋଭିଡ୍‌-୧୯ ବିରୋଧରେ ସରକାରଙ୍କ ପ୍ରସ୍ତୁତିକୁ ମଜବୁତ୍ କରିବ ଏବଂ ଏହି କଠିନ ସମୟରେ ଭାରତବର୍ଷର ସମସ୍ତ ନାଗରିକଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ଦେଶର ସର୍ବବୃହତ ଟିକା ଅଭିଯାନକୁ ତ୍ୱରାନ୍ୱିତ କରିବାର ନିର୍ଣ୍ଣାୟକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
 ଟିକା ଉତ୍ପାଦନକାରୀ କମ୍ପାନୀମାନେ ୫୦ ପ୍ରତିଶତ କୋଭିଡ଼-୧୯ ଟିକା ରାଜ୍ୟ, କେନ୍ଦ୍ରଶାସିତ
ଅଂଚଳ ଓ ଖୋଲା ବଜାରକୁ ଦେବାର ନିଷ୍ପତି ସ୍ୱାଗତଯୋଗ୍ୟ
ଦେଶର ସର୍ବବୃହତ ଟିକା ଅଭିଯାନକୁ ତ୍ୱରାନ୍ୱିତ କରିବାର ନିର୍ଣ୍ଣାୟକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏହାସହ ଟିକା ଉତ୍ପାଦନକାରୀ କମ୍ପାନୀମାନେ ୫୦ ପ୍ରତିଶତ କୋଭିଡ଼-୧୯ ଟିକା ଡୋଜ୍ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ ଖୋଲା ବଜାରକୁ ଦେବାର ନିଷ୍ପତି ସ୍ୱାଗତଯୋଗ୍ୟ । ଏହି ନିଷ୍ପତି ଅଧିକ ନାଗରିକମାନଙ୍କୁ ଟିକା ନେବାରେ ସହାୟକ ହେବା ସହ ସର୍ବବୃହତ ଟିକା ଅଭିଯାନକୁ ତ୍ୱରାନ୍ୱିତ କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Union Minister dharmendra pradhan tweet on covid Vaccine