‘ଏକ୍ସ’ରେ ନରେନ୍ଦ୍ର ମୋଦୀ ଓଡ଼ିଆ (NaMoInOdia) ଆଇ’ଡିରେ ଯୋଡି ହେବା ପାଇଁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାବାସୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର(ବ୍ୟୁରୋ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ ଓ ବାର୍ତ୍ତାକୁ ଓଡ଼ିଆ ଭାଷାରେ ଓଡ଼ିଆ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଆରମ୍ଭ ହୋଇଥିବା ନରେନ୍ଦ୍ର ମୋଦୀ ଓଡ଼ିଆ(NaMoInOdia) ଆଇ’ଡିରେ ଯୋଡି ହେବା ପାଇଁ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ ‘ଏକ୍ସ’ରେ କହିଛନ୍ତି ଯେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଜନକଲ୍ୟାଣକାରୀ ପଦକ୍ଷେପ ମାଧ୍ୟମରେ ସବୁ ନାଗରିକଙ୍କ ପାଖରେ ପହଞ୍ଚୁନାହାନ୍ତି ବରଂ ଆଞ୍ଚଳିକ ଭାଷାରେ ତାଙ୍କର ଲୋକକଲ୍ୟାଣ ବାର୍ତ୍ତାକୁ ପହଞ୍ଚାଇବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, ବାର୍ତ୍ତା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କୀତ ତଥ୍ୟକୁ ଡିଜିଟାଲ ମାଧ୍ୟମରେ ପ୍ରତ୍ୟେକ ଓଡ଼ିଆଙ୍କ ପାଖରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ପଦକ୍ଷେପ ପ୍ରଂଶସନୀୟ । ଏହି ନରେନ୍ଦ୍ର ମୋଦୀ ଓଡ଼ିଆ (@NaMoInOdia) ପ୍ଲାଟଫର୍ମରେ ଯୋଡି ହେବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତ୍ୟେକ ଓଡ଼ିଆ ଭାଇ ଭଉଣୀଙ୍କୁ ନିବେଦନ କରିଛନ୍ତି ।