ମା’ ହିଙ୍ଗୁଳା ଠାକୁରାଣୀଙ୍କ ନବଦିନାତ୍ମକ ଯାତ୍ରାରେ ସାମିଲ ହେବା ସହ ପ୍ରସାଦ ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର(ବ୍ୟୁରୋ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । ମା’ଙ୍କୁ ସ୍ୱତନ୍ତ୍ର ବେଶରେ ଦର୍ଶନ କରିବା ସହ ଉଭାସ୍ଥାଳରେ ପୂଜାର୍ଚ୍ଚନା କରିଛନ୍ତି । ନାଗରିକଙ୍କ ସହ ସାମିଲ ହୋଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଅଗ୍ନିରୂପା ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ମା’ଙ୍କ ଦର୍ଶନ ସହ ଉଭାସ୍ଥଳରେ ପୂଜାର୍ଚ୍ଚନା କରିବା ମୋର ସୌଭାଗ୍ୟ । ଆବାହମାନକାଳରୁ ଜାରି ରହିଥିବା ଏହି ପରମ୍ପରା ଭକ୍ତଙ୍କ ଭରସା ଓ ବିଶ୍ୱାସର ପ୍ରତୀକ । ମା’ ଆଶୀର୍ବାଦରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ ପୂରଣ ହେଉ । ଓଡ଼ିଆ ଅସ୍ମିତା ସର୍ବଦା ବଜାୟ ରହିବା ସହ ସମସ୍ତ ଶ୍ରଦ୍ଧାଳୁଙ୍କ ମନୋସ୍କାମନା ପୂରଣ ହେଉ ବୋଲି ମାଙ୍କ ପାଖରେ ପ୍ରାର୍ଥନା କରୁଛି। ଏହି ଅବସରରେ ସେବା କାର୍ଯ୍ୟରେ ନିୟୋଜିତ ‘ଓଡ଼ିଶା ଡ୍ରାଇଭର ମହାସଂଘ’ର କର୍ମଚାରୀ ମାନଙ୍କୁ ଭେଟି ସେମାନଙ୍କ କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।